କନକ ବ୍ୟୁରୋ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକାର ଝଟକା । ଆତଙ୍କବାଦ ମୁକାବିଲା ସହାୟତା ପାଇଁ ପାକିସ୍ତାନକୁ ଆମେରିକା ଗୋଟିଏ ଡଲାର ବି ସହାୟତା ଯୋଗଇବା ଉଚିତ ନୁହଁ । ଏହା କହିଛନ୍ତି ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲି । ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ପାକିସ୍ତାନ । ଏବଂ ସେହି ଆତଙ୍କବାଦୀମାନେ ଆମେରିକା ଆସି ଆମେରିକୀୟ ଯବାନଙ୍କୁ ହତ୍ୟା କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେପର୍ଯ୍ୟନ୍ତ ପାକିସ୍ତାନ ଏହି ସମସ୍ୟାର ସମାଧାନ କରିନାହିଁ ସେ ପର୍ଯ୍ୟନ୍ତ ୱାସିଂଟନ ଇସାଲାମାବାଦକୁ ଗୋଟିଏ ଡଲାରର ବି ସହାୟତା ଦେବା ଉଚିତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ନିକି ହ୍ୟାଲି । ଯେଉଁ ରାଷ୍ଟ୍ର ଆମେରିକାର ହିତ ଚାହୁଁନାହିଁ ସେହି ରାଷ୍ଟ୍ରଗୁଡିକୁ ଆର୍ଥିକ ସହାୟତା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ନିକି ହ୍ୟାଲି କହିଛନ୍ତି । ଏହାସହ କେଉଁ କେଉଁ ରାଷ୍ଟ୍ର ଗୁଡିକ ସହ ମିଳିତ ଭାବେ ଆମେରିକା କାମ କରିବାକୁ ଚାହୁଁଛି ସେ ନେଇ ଚିନ୍ତା କରିବାର ବେଳ ଆସିଛି ବୋଲି ଆମେରିକା ରାଷ୍ଟ୍ରଦୂତ କହିଛନ୍ତି ।