ଯୁଦ୍ଧ ବିମାନ ଖସାଇବା ପରେ ଡରିଗଲା ପାକିସ୍ତାନ? ନରମିଗଲା ଶତ୍ରୁ ରାଷ୍ଟ୍ରର ସ୍ୱର, ଜିଓ ଟିଭିରେ ପାକ ସେନା ଅଧିକାରୀଙ୍କ ସୂଚନା, ‘ଯୁଦ୍ଧ ଦ୍ୱାରା ହେବନି କାହାରି ବିଜୟ’ 

586

କନକ ବ୍ୟୁରୋ: ପାକିସ୍ତାନ ବାୟୁ ସେନା ଭାରତୀୟ ସୀମା ଭିତରେ ପ୍ରବେଶ କରିବା ପରେ ସ୍ୱର ବଦଳାଇଛିି ପାକ୍ ସେନା । ପାକ୍ ସେନାର ମୁଖପାତ୍ର ଆସିଫ୍ ଗଫୁର କହିଛନ୍ତି ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । କିନ୍ତୁ ଆମେ ଦେଖାଇ ଦେଇଛୁ ପାକିସ୍ତାନ ସେନା ପାଖରେ ବି ଦମ ରହିଛି ।

ଏହା ସହିତ ଦାବି କରିଛନ୍ତି ଭାରତର ୬ଟି ସ୍ଥାନରେ ଟାର୍ଗେଟ କରି ପାକିସ୍ତାନ ଆକାଶମାର୍ଗରୁ ବୋମା ମାଡ କରିଛି । ଏହା ସହିତ ଭାରତର ଦୁଇ ଯୁଦ୍ଧ ବିମାନକୁ ଖସାଇ ଦେବା ସହ ଦୁଇ ଜଣ ପାଇଲଟଙ୍କୁ ଧରି ନେଇଛି ବୋଲି ଦାବି କରିଛି ପାକିସ୍ତାନ । ପାକିସ୍ତାନ କହିଛି ପାକିସ୍ତାନ ଆଜି ଏଫ-୧୬କୁ ବ୍ୟବହାର କରିନି । ଭାରତ ମିଛ କହୁଛି ।

ସେପଟେ, ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ଭାରତ । ଭାରତ କହିଛି ମିଛ କହୁଛି ପାକିସ୍ତାନ । ୨୦୧୪ ମସିହାରେ ହୋଇଥିବା ବିମାନ କ୍ରାସର ଭିଡିଓକୁ ଦେଖାଉଛି ପାକିସ୍ତାନ । ତେବେ ପାକିସ୍ତାନର ଏଫ-୧୬ ବିମାନକୁ ପାକିସ୍ତାନ ସୀମା ଭିତରେ ଖସାଇ ଦେଇଥିବା ଦାବି କରିଛି । ଏହା ସହିତ କାଗଜପତ୍ର ଜବତ କରାଯାଇଛି ବୋଲି କହିଛି ଭାରତ ।