ପାକିସ୍ତାନ ଓ ବାଂଲାଦେଶ ସୀମା ସିଲ୍ କରିବ ଭାରତ ! ଆତଙ୍କବାଦକୁ ରୋକିବା ପାଇଁ ନିଆଯିବ ଏପରି ଏକ ବଡ ପଦକ୍ଷେପ

12

କନକ ବ୍ୟୁରୋ : ପାକିସ୍ତାନ ଓ ବାଂଲାଦେଶ ସୀମା ସିଲ୍ କରିବ ଭାରତ । ଆତଙ୍କବାଦକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଏପରି ଏକ ବଡ ପଦକ୍ଷେପ ନିଆଯିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏହି ପ୍ରକ୍ରିୟା ଯୁଦ୍ଧକାଳିନ ଭିତିରେ ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତିି । ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସୀମା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।

୨୦୧୮ସୁଦ୍ଧା ଭାରତ ପାକିସ୍ତାନ ସୀମାକୁ ବନ୍ଦ କରାଯିବ । ମଧ୍ୟପ୍ରଦେଶ ତେକାନପୁର ବିଏସଏଫ୍ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ଏହି ସୂଚନା ଦେଇଛନ୍ତିି । ଦୁର୍ଗମ ଅଂଚଳରେ ସୀମା ସିଲ୍ କରିବା ପାଇଁ ଉନ୍ନତ ପ୍ରଯୁକ୍ତି ଜ୍ଞାନକୋ÷ଶଳର ବ୍ୟବହାର କରାଯିବ । ଏହା ସହ ରାଜନାଥ ବିଏସଏଫ୍ ବୀରତ୍ୱର ମଧ୍ୟ ପ୍ରଶଂସା କରିଛନ୍ତି ।