ଆକ୍ସନ ନେବ କି ପାକିସ୍ତାନ ? ଏନସିଏ ବୈଠକ ଡାକିଲେ ପାକ୍ ପ୍ରଧାନମନ୍ତ୍ରୀ !

360

କନକ ବ୍ୟୁରୋ : ଭାରତ ବାୟୁସେନାର ଆକ୍ରମଣ ପରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଷ୍ଟ୍ରିୟ ସୁରକ୍ଷା ସମିତି (ଏନସିଏ) ବୈଠକ ଡାକିଛନ୍ତି । ପାକିସ୍ତାନର ଏନସିଏ ହାତରେ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାରର କ୍ଷମତା । ପାକିସ୍ତାନ ସେନା କେତେ ପ୍ରସ୍ତୁତ ଅଛି ତାହା ବୈଠକରେ ପରଖାଯିବ । ଏଠାରେ ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ଆଲୋଚନା ହେବାର ରହିଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜରୁରୀ ବୈଠକ ଡାକିଛନ୍ତି । ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ ପାକିସ୍ତାନ ସଂସଦରେ ହଟ୍ଟଗୋଳ ହୋଇଛି । ପାକିସ୍ତାନ ନେସନାଲ ଆସେମଲିରେ ଇମ୍ରାନ ଖାନ ସେମ ସେମ ନାରା ଲଗାଯାଇଛି । ପିଓକେର ମୁଜାଫରାବାଦ ଓ ଖ୍ୱାବର ପଖତୁନଖାବର ବାଲାକୋଟରେ ହମଲାକୁ ନେଇ ବିରୋଧୀ ସେମ ସେମ ନାରା ଦେଇଛନ୍ତି । ଇମ୍ରାନ ସରକାର ପକ୍ଷରୁ ସୟିଦ ଖୁର୍ସିଦ ଅହମ୍ମଦ ଶାହା ନେସମାଲ ଆସେମଲିରେ କହିବାକୁ ଉଠିବା ମାତ୍ରେ ବିରୋଧୀ ସେମ ସେମ ନାରା ଦେଇଥିଲେ । ସେହିପରି ପୂର୍ବତନ ବିଦେଶ ମନ୍ତ୍ରୀ ହିନା ରବାନୀ ଖର, ଓ ପୂର୍ବତନ ମନ୍ତ୍ରୀ ଖ୍ୱାଜା ଆସିଫ ଇମ୍ରାନ ଖାନଙ୍କୁ କଡା ସମାଲୋଚନା କରିଛନ୍ତି । ସେପଟେ ପାକିସ୍ତାନ ପାର୍ଲାମେଂଟର ଜଏଂଟ ସେସନ ହେବ ବୋଲି କହିଛନ୍ତି ପାକ ବିଦେଶ ମନ୍ତ୍ରୀ ।