ପାକିସ୍ତାନ ବୈଦଶିକ ମନ୍ତ୍ରୀ ମହମ୍ମଦ ଆସିଫ ଖୋଲିଲେ ଗୁମର ! କୁଳଭୂଷଣ ଯାଦବଙ୍କ ବଦଳରେ ଜଣେ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ ମିଳିଛି ।

ପାକିସ୍ତାନ ବୈଦଶିକ ମନ୍ତ୍ରୀ ମହମ୍ମଦ ଆସିଫ ଖୋଲିଲେ ଗୁମର ! କୁଳଭୂଷଣ ଯାଦବଙ୍କ ବଦଳରେ ଜଣେ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ ମିଳିଛି ।

କନକ ବ୍ୟୁରୋ : ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ବଦଳରେ ପାକିସ୍ତାନ ପେଶଓ୍ଵାରସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ ଆକ୍ରମଣ ଘଟଣାର ଆତଙ୍କବାଦୀକୁ ପାକିସ୍ତାନ ହସ୍ତାନ୍ତର ନେଇ ଏକ ପ୍ରସ୍ତାବ ପାକିସ୍ତାନକୁ ମିଳିଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ଵାଜା ମହମ୍ମଦ ଅସିଫ୍ ଦାବି କରିଛନ୍ତି। ବୈଦେଶିକ ମନ୍ତ୍ରୀ ଆସିଫ୍ ଏସିଆ ସୋସାଇଟିର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ସାରିବା ପରେ ଏକ ଅନୌପଚାରିକ ଆଲୋଚନା ବେଳେ ଏପରି କହିଛନ୍ତି।

Khawaja-Muhammad-Asifଆସିଫ୍ କହିଛନ୍ତି ଯେ ଭାରତୀୟ ନାଗରିକ ଶ୍ରୀ ଯାଦବଙ୍କୁ ଭାରତ ଫେରାଇ ଦେଲେ, ଆଫଗାନୀସ୍ଥାନ ଜେଲରେ ଥିବା ୨୦୧୪ ମସିହା ପେଶଓ୍ଵାର ଆର୍ମି ସ୍କୁଲ ଗୁଳିକାଣ୍ଡ ଘଟଣାର ଆତଙ୍କବାଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର ପାଇଁ ଏକ ପ୍ରସ୍ତାବ ମିଳିଛି। ମାତ୍ର ସେହି ନିର୍ଦ୍ଦିଷ୍ଟ ଆତଙ୍କବାଦୀ କିଏ ସେ ନେଇ ଆସିଫ କିଛି କହି ନାହାଁନ୍ତି। ତେବେ ଆସିଫ୍ କହିଛନ୍ତି ଯେ ଜାତୀୟ ସୁରକ୍ଷା ପରାମର୍ଶଦାତା ତାଙ୍କୁ କହିଥିଲେ ଯେ କୂଳଭୂଷଣ ଯାଦବଙ୍କ ସହିତ ଆଫଗାନିସ୍ଥାନ ଜେଲରେ ଥିବା ଆତଙ୍କବାଦୀ ସହିତ ବଦଳ କରିବାକୁ ପ୍ରସ୍ତାବ ଦେଇଥିଲେ।

ତେବେ ଏହି ପ୍ରସଙ୍ଗରେ ଆସିଫ୍ ବିଶେଷ କିଛି ସୂଚନା ଦେଇନାହାଁନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ନୌସେନାର ଅବସରପ୍ରାପ୍ତ ୪୬ ବର୍ଷୀୟ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗତ ଏପ୍ରିଲ ମାସରେ ଗୁପ୍ତଚର ଓ ପାକିସ୍ତାନ ବିରୋଧୀ କାର୍ୟ୍ୟକଳାପ ଅଭିଯୋଗରେ ପାକିସ୍ତାନର ଆର୍ମି କୋର୍ଟ ମୃତ୍ୟୁ ଦଣ୍ଡ ଦେଇଛି। ଏହା ବିରୋଧରେ ଭାରତ ଆର୍ନ୍ତଜାତିକ ଅଦାଲତ( ଆଇସିଜେ)ରେ ଆବେଦନ କରିଛି।

kulbhushan-jadhav_1491896477ଆସିଫ ଆଞ୍ଚଳିକ ଶାନ୍ତି ସମ୍ପର୍କରେ ଏସିଆ ସୋସାଇଟିରେ କହିଥିଲେ ଯେ ଆଫଗାନିସ୍ତାନରେ ସଂଘର୍ଷ ଓ ଅସ୍ଥିରତା ଯୋଗୁଁ ପାକିସ୍ତାନ ରେ ବାଧା ସୃଷ୍ଟି ହୋଇଛି । ତେଣୁ ପାକିସ୍ତାନ ଠାରୁ ପୃଥିବୀର ଅନ୍ୟ କେହି ଦେଶ ଏତେ ବ୍ୟଗ୍ରତାର ସହିତ ଆଫଗାନିସ୍ଥାନରେ ଶାନ୍ତି ଓ ସ୍ଥିରତା ଫେରିଆସିବା ଚାହୁଁ ନ ଥିବେ। ତେବେ ଦୁଃଖର କଥାହେଉଛି , ଆଫଗାନିସ୍ଥାନରେ ଅସ୍ଥିରତା ଓ ସଂଘର୍ଷ ଲାଗି ରହିଛି। ଆସିଫ କହିଛନ୍ତି ଯେ ଆଫଗାନିସ୍ଥାନ ସମସ୍ୟାର ସମାଧାନ ମିଲିଟାରୀ କାର୍ଯ୍ୟକଳାପ ଦ୍ୱାରା ହୋଇ ପାରିବ ନାହିଁ। ତେଣୁ ଆଫଗାନିସ୍ଥାନ ସମସ୍ୟାର ରାଜନୈତିକ ସମାଧାନ ପାଇଁ ପାଇଁ ପାକିସ୍ତାନ ତାର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛି।

କେବଳ ସେତିକି ନୁହେଁ ପାକିସ୍ତାନର ଜମି ଅନ୍ୟ ଦେଶ ବିରୋଧରେ ଯେପରି ବ୍ୟବହୃତ ନ ହୁଏ ସେଥିପ୍ରତି ଆମେ ସତର୍କ ବୋଲି ଆସିଫ୍ କହିଛନ୍ତି। ତେମେ ଆମ କାର୍ଯ୍ୟର ମଧ୍ୟ ଏକ ସୀମା ରହିଛି। ଆମେ ଆଫଗାନିସ୍ଥାନର ଦାୟିତ୍ୱ ନେଇ ପାରିବୁ ନାହିଁ ବୋଲି ଆସିଫ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe