ସୁଦୃଢ ହେବ କି ଭାରତ-ପାକ ସମ୍ପର୍କ ? ଦ୍ୱି-ପାକ୍ଷିକ କଥାବାର୍ତ୍ତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

19

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଦ୍ୱିପାକ୍ଷିକ କଥାବାର୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ । ଚଳିତ ମାସ ଚେଷ ଆଡକୁ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କ ମଧ୍ୟରେ କଥାବାର୍ତା ପାଇଁ ଚିିଠିରେ ପ୍ରସ୍ତାବ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ତେବେ ଭାରତ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ସୀମାରେ ବାରମ୍ଭାର ଅଶାନ୍ତି ସୃଷ୍ଟି କରୁଥିବାରୁ ଏକାସାଙ୍ଗରେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହେଁ ବୋଲି ବାରମ୍ବାର କହିଆସିଛନ୍ତି ଭାରତ ସରକାର । ତେଣୁ ପୁଣି ଥରେ ଭାରତ ଓ ପାକ୍ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ କି ଏହାକୁ ନେଇ ଆଲୋଚନା ଜୋର ଧରିଛି । ସୂଚନା ଅନୁସାରେ ଇମ୍ରାନ୍ ଖାନ୍ କାଶ୍ମୀର ସମେତ ଅନେକ ଅନେକ ମାମଲା ବଷୟରେ ଆଲୋଚନା କରି ସମାଧା ଚାହୁଁଛନ୍ତିି । ତେବେ ଗୋଟିଏ ପଟେ ଯେଉଁଠି ସମ୍ପର୍କ ସୁଦୃଢ଼ ପାଇଁ ଚେଷ୍ଟା ହେଉଛି ଅନ୍ୟପଟେ ପାକିସ୍ତାନ ସେନା ପୁଣି ଜଣେ ଭାରତୀୟ ଜବାନଙ୍କୁ ହତ୍ୟା କରି ତଣ୍ଟିକାଟିଦେଇଛନ୍ତି ।