ପାକ୍ ମାଟିରେ ହୋଲିର ମାହୋଲ । ରଙ୍ଗର ପର୍ବକୁ ମନଭରି ଉପଭୋଗ କଲେ ହିନ୍ଦୁ କ୍ରିକେଟର ଦାନିଶ ।

456

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲିରେ ଝୁମିଛନ୍ତି ପୂରା ଦେଶବାସୀ । କେବଳ ଯେ ଭାରତରେ ହୋଲି ଖେଳାଯାଇଛି ତାହା ନୁହେଁ ପାକିସ୍ତାନରେ ମଧ୍ୟ ହୋଲି ଖେଳର ଭରପୂର ମଜା ଉଠାଇଛନ୍ତି ହିନ୍ଦୁ ଧର୍ମାବଲମ୍ବୀ ଲୋକେ । ଏପରିକି ପାକିସ୍ତାନର କ୍ରିକେଟର ଦାନିଶ କାନେରିଆ ମଧ୍ୟ ରଙ୍ଗର ପର୍ବରେ ନିଜକୁ ହଜାଇ ଦେଇଛନ୍ତି । ନିଜ ପତ୍ନୀଙ୍କ ସହ କାନେରିଆ ରଙ୍ଗ ଖେଳୁଥିବାର ଦେଖିବାକୁ ମିଳିଛି ।

କରୋନା ଭୂତାଣୁର ଭୟାବହତା ଓ ସ୍ୱାସ୍ଥ୍ୟବିଭାଗର ବ୍ୟାପକ ପରାମର୍ଶ ଭିତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଭୂତାଣୁ ଭୟକୁ ପଛରେ ପକାଇ ଲୋକେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗ ବେରଙ୍ଗର ଅବିର ଲଗାଇଛନ୍ତି ଏବଂ ନାଚି ଗାଇ ମିଠା ଖୁଆଇ ହୋଲି ପାଳିଛନ୍ତି ।

ଗୋଟିଏ ପଟେ ହୋଲିର ଉତ୍ସାହ, ଅନ୍ୟପଟେ କରୋନାର ଭୟ । ଏଭଳି ଦୋଛକି ଭିତରେ ପାରମ୍ପରିକ ରୀତିରେ ସାରା ରାଜ୍ୟ ଓ ଦେଶରେ ପାଳିତ ହୋଇଛି ରଙ୍ଗର ଉତ୍ସବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି ଲୋକେ । ସ୍ଥାନେ ସ୍ଥାନେ ରଙ୍ଗ ଅବିର ସହ ଲୋକେ ଦଳ ଦଳ ହୋଇ ଗାଁ ପରିକ୍ରମା କରିଛନ୍ତି । ନାଚ ଗୀତ ସହ ବେଶ୍ ମଉଜ କରିଛନ୍ତି ସମସ୍ତେ ।