କନକ ବ୍ୟୁରୋ: ବଲିଉଡ ଫିଲ୍ମ ପଦ୍ମାବତୀର ରିଲିଜ କୁ ନେଇ ଚର୍ଚା ଜୋର ଧରିଥିବା ବେଳେ ଏହାର ସୁଟିଙ୍ଗ ସେଟରେ ଅଘଟଣ ଘଟିଥିବା ଜଣାପଡିଛି । ସୁଟିଙ୍ଗ ସେଟରେ ଏକ ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତ ବ୍ୟକ୍ତିଙ୍କର ନାମ ମୁକେଶ ଡାକିଆ ଏବଂ ତାଙ୍କର ବୟସ ୩୪ ବର୍ଷ ବୋଲି ପୋଲିସ ସୁଚନା ଦେଇଛି । ୫ ଫୁଟ ଉପରେ ଏକ ଚିତ୍ର ପେଂଟିଙ୍ଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପରେ ତାଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/maxresdefault-4.jpg)