ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

529

କନକ ବ୍ୟୁରୋ: ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିନ୍ତାଜନକ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି ।

ରବିବାର ନନ୍ଦ ପୃଷ୍ଟିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ । ବର୍ତ୍ତମାନ ସମସ୍ତ ପରୀକ୍ଷା ଚାଲୁଅଛି ଯଦି କୌଣସି ଉନ୍ନତି ନ ଘଟେ ତେବେ ଅଧିକ ଚିକିତ୍ସା ପାଇଁ ଉପରିସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯିବ ।

ଶତାୟୁ ଶିକ୍ଷକ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶିର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।