ବୀର ପୁଅଙ୍କୁ ବଡ ସମ୍ମାନ: ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମବିଭୂଷଣ

121

କନକ ବ୍ୟୁରୋ: ୨୦୨୨ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ତେବେ ଏହି ଲିଷ୍ଟରେ ସହିଦ ବିପିନ ରାୱତଙ୍କ ନାଁ ମଧ୍ୟ ରହିଛି । ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ ।

ଗତ ଡିସେମ୍ବର ମାସରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ସହିଦ ହୋଇଥିଲେ । ହେଲିକପ୍ଟର କ୍ରାସରେ ସେ ନିଜ ଜୀବନ ହରାଇଥିଲେ । ତାଙ୍କ ଅମର ଆତ୍ମାକୁ ସମ୍ମାନ ଦେବାକୁ ଯାଇ କେନ୍ଦ୍ର ସରକାର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ଅନ୍ୟ ୩ ଜଣଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ ।