ମନ ମୋହୁଛି ଧାନ ରାକ୍ଷୀ: ଧାନ ଭିତରେ କାଳିଆ ସାଆନ୍ତଙ୍କ କଳାମୁହଁ ,ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

157

କନକ ବ୍ୟୁରୋ: ଦିନ କେଇଟା ପରେ ଆସିବ ଗହ୍ମା ପୁର୍ଣ୍ଣିମା ।ଏଥିପାଇଁ ଚାରିଆଡେ ରାକ୍ଷୀ ଷ୍ଟଲରେ ଝଲମଲ କରୁଛି ବିଭିନ୍ନ ଡିଜାଇନର ରାକ୍ଷୀ । ହେଲେ ଏହାରି ଭିତରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଧାନରେ ତିଆରି ରାକ୍ଷୀ । କୋରାପୁଟ ସଦର ମହକୁମାରେ ପ୍ରଥମ ଥର ପାଇଁ ଲାଗିଥିବା ଏହି ରାକ୍ଷୀ ପସରାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ଧାନକୁ ଧାନ ଖଂଜି ନଜ ମନର କଳ୍ପନାକୁ ରୂପ ଦେଇଚାଲିଛନ୍ତି ଶିଳ୍ପୀ । ପ୍ରସ୍ତୁତ କରିଛନ୍ତି ବିଭିନ୍ନ ଡିଜାଇନ୍ । ଆଉ ତା ଦେହରେ ରେସମି ଡୋର । ଏସବୁ ଡିଜାଇନ ଭିତରେ ବାରି ହୋଇପଡୁଛି କାଳିଆ ସାଆନ୍ତଙ୍କ କଳା ମୁହଁ । ସତରେ ଭାରି ଚମକ୍ରାର ଏହି ଧାନରେ ତିଆରି ରାକ୍ଷୀ । ମାର୍କେଟରେ ଏବେ ମାଳି ଆଉ ଷ୍ଟୋନ ରାକ୍ଷୀର ବେଶ ଚାହିଦା ଥିବାବେଳେ ଧାନରେ ତିଆରି ବିଭିନ୍ନ ଡଜାଇନର ରାକ୍ଷୀ ଆଉ ତାର ଡିଫରେଣ୍ଟ ଲୁକ୍ ଗ୍ରାହକଙ୍କୁ ବେଶ ଭଲ ଲାଗୁଛି । ଏହା ସାଙ୍ଗକୁ ଏହାର ଦାମ ବି ସମସ୍ତଙ୍କ ପାଇଁ ଖାପ ଖୁଆଉଛି । ଯାହା ଫଳରେ ଗୋଟିଏ ଯାଗାରେ ୩ରୁ ୪ଟି ରାକ୍ଷୀ ନେଉଛନ୍ତି ଗ୍ରାହକ । ଆଉ ଥରେ ନିଜ ସାଙ୍ଗ ସାଥୀଙ୍କୁ ନେଇ ଆସିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି ।

ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଲାଗିଥିବା ଏହି ଷ୍ଟଲରେ ୩ରୁ ୭୦ ଟଙ୍କା ପର୍ଯ୍ୟନ୍ତ ଧାନରେ ତିଆରି ରାକ୍ଷୀ ମିଳୁଛି । ଏହାକୁ କିଣିବାକୁ ଗ୍ରାହକଙ୍କ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ମଧ୍ୟ ଭଲ ଉପର୍ଜନର ମାର୍ଗ ଦେଇ ପାରିଛି । ଆଗକୁ ଧାନକୁ ନେଇ ଖାଲି ରାକ୍ଷୀ ନୁହେଁ ବିଭିନ୍ନ କଳାକୃତିକୁ ପ୍ରସ୍ତୁତ କରିବାକୁ ଏମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଡି ଡିଆରଡ଼ିଏ ପ୍ରବୀରକୁମାର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ