ଉତ୍ତର ପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ। ଅନାଥ ଛାତ୍ର ଉଜ୍ଜ୍ୱଳ ଗୁପ୍ତା ଜିଲ୍ଲା ଟପର। 

109

କନକ ବ୍ୟୁରୋ :  ପ୍ରକାଶ ପାଇଛି ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାର ଫଳ । ସବୁଠାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି ଜଣେ ଅନାଥ ପିଲ । ଜିଲ୍ଲା ଟପର ହେବା ସହ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ହମିରପୁରର ଏହି ଅନାଥ ଛାତ୍ର ପୂରା ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି । ସେହିଭଳି ମୁରାଦାବାଦରେ ପରିବା ବ୍ରିକେତାଙ୍କ ପୁଅ ରାଜ୍ୟରେ ପଞ୍ଚସ୍ଥାନ ହାସଲ କରିଛନ୍ତି । ୟୁପି ବୋର୍ଡ ପରୀକ୍ଷାରେ ଆର୍ଥିକ ଅଭାବର ସାମ୍ନାକରୁଥିବା ଅନେକ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତିା

ଅନାଥ ଉଜ୍ଜ୍ୱଳ ଗୁପ୍ତା ଜିଲ୍ଲା ଟପର

ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଜଣେ ଛାତ୍ର ଟପର ହୋଇଛନ୍ତି ଯାହାଙ୍କର ବାପା ଓ ମାଆଙ୍କର ମୃତ୍ୟୁ ହୋଇଛି । ଉଜ୍ଜ୍ୱଳ ଗୁପ୍ତା ନାମକ ଏହି ଛାତ୍ର ସାରା ଜିଲ୍ଲାରେ ସର୍ବାଧିକ ନମ୍ବର ପାଇଥିବା ବେଳେ ତାଙ୍କ ବାପାଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି । ତାଙ୍କ ଜେଜେବାପା ଏବଂ ଜେଜେ ମାଆ ଉଜ୍ଜ୍ଳଙ୍କୁ ପାଳିପୋଷି ପାଠପଢାଉଥିଲେ । ହାଇସ୍କୁଲ ବୋର୍ଡ ପରୀକ୍ଷାରେ ସେ ଜିଲ୍ଲା ଟପର ହୋଇପାରିଛନ୍ତି । ହମିରପୁର ଜିଲ୍ଲା ପୋଥିୟାର ଏସବି ଇଣ୍ଟର କଲେଜର ଦଶମ ଶ୍ରେଣୀ ଛାତ୍ର ଉଜ୍ଜ୍ୱଳ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨୦୧୦ତାଙ୍କ ବାପା ରାମଚନ୍ଦ୍ର ଗୁପ୍ତା କ୍ୟାନସରରେ ଇହଧାମ ତ୍ୟାଗ କରିଥିଲେ । ସେହିଭଳି ୨୦୧୩ରେ ମାଆ ରାମାଙ୍କର ମୃତ୍ୟୁ ହୋଇଥିଲା ।

ଉଜ୍ଜ୍ୱଳଙ୍କ ସାନ ଭଉଣୀ ଶ୍ରଦ୍ଧାଙ୍କ ପାଳନ ପୋଷଣ ତାଙ୍କ ଜେଜେ ତାରାଚନ୍ଦ ଗୁପ୍ତା ଏବଂ ଜେଜେମାଆ ରାମଲାଲି ଚା’ ବିକ୍ରି କରି କରୁଛନ୍ତି । ଉଭୟ ଉଜ୍ଜ୍ୱଳଙ୍କୁ ପାଠ ପଢାଇଥିଲେ । ଫଳ ପ୍ରକାଶ ପରେ ଉଜ୍ଜ୍ୱଳ ପ୍ରତିକ୍ରିୟାରେ କହିଛନ୍ତି ଆଗକୁ ପାଠପଢାଜାରି ରଖି ବାପା ମାଆଙ୍କ ସ୍ୱପ୍ନକୁ ସାକାର କରିବେ । ସେ ଆଗାମୀ ସମୟରେ ବିଟେକ କରିବାର ଯୋଜନା ରଖିଥିବା ବେଳେ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଛନ୍ତି ।