ଇ-ଭେଇକିଲ କ୍ଷେତ୍ରରେ ସମ୍ବଲପୁର ଯୁବ ଉଦ୍ୟୋଗୀଙ୍କ ସଫଳତା: ଯୋଗେସ୍ ଲାଠଙ୍କ ଏସଇଏସ୍ ପ୍ରତିଷ୍ଠାନକୁ ‘ଗ୍ରୀନ୍ ଏନର୍ଜି ଆୱାର୍ଡ’

76

କନକ ବ୍ୟୁରୋ: ଅହେତୁକ ଯାନବାହାନ ଚଳାଚଳ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ । ଏପରି କ୍ଷେତ୍ରରେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି କିଛି ସହୃଦୟ ବ୍ୟକ୍ତି । ଏଭଳି ଜଣେ ହେଉଛନ୍ତି ସମ୍ବଲପୁର ଧନକୁଡା ଅଞ୍ଚଳର ଯୁବ ଉଦ୍ୟୋଗୀ ଯୋଗେସ୍ ଲାଠ୍ । ତାଙ୍କର ଅତ୍ୟାଧୁନିକ ବିଦ୍ୟୁତ୍ ଚାଳିତ (ଇ- ଭେଇକିଲ) ଯାନ ନିର୍ମାଣ କରୁଥିବା କମ୍ପାନୀ ଏସଇଏସକୁ ‘ଇଣ୍ଡିଆ ଗ୍ରୀନ ଏନର୍ଜି ଆୱାର୍ଡ’ ପୁରସ୍କାର ପ୍ରଦାନ କରିଛନ୍ତି ଭାରତ ସରକାର । ଭାରତୀୟ ସବୁଜ ଶକ୍ତି ମହାସଂଘ ଓ ଭାରତ ସରକାରଙ୍କ ଅକ୍ଷୟ ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସସିଏସ୍ ପ୍ରତିଷ୍ଠାତା ଯୋଗେସ୍ ଲାଠଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରିଛନ୍ତି ।

ଏସସିଏସ୍ କମ୍ପାନୀ ପ୍ରଥମେ ୨୦୧୬ରେ ନିର୍ମାଣ କରିଥିଲା ପ୍ରକୃତି ଉପଯୋଗୀ ଯାନର ପ୍ରଥମ ମଡେଲ । ଏହା ମଧ୍ୟରେ କମ୍ପାନୀ ଇ- ଭେଇକିଲର ୪ଟି ମଡେଲ ନିର୍ମାଣ କରିସାରିଛି । ଏଗୁଡିକ ହେଉଛି ଋଇଏଖଋ,ଞଟୠୠ, ତଙଙଗ, ଈଙଖଊ । ବିଦ୍ୟୁତ ଶକ୍ତିରେ ଚାଳିତ ଏହି ଯାନ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଗ୍ରାହକଙ୍କ ଆବଶ୍ୟକତାକୁ ମେଣ୍ଟାଇପାରୁଛି ।ଅନ୍ୟ ଯାନ ଗୁଡିକ ପରି ଏସଇଏସ୍ ଇ- ଭେଇକିଲରେ ମାଇଲେଜ୍, ବ୍ୟାଟେରୀ ବ୍ୟାକଅପ୍ ସହ “ଶୂନ୍ୟ ତ୍ରୁଟି”କୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଦୀର୍ଘକାଳୀନ ୱାରେଣ୍ଟି ମଧ୍ୟ ରହିଛି । ଏହି ଯାନର ପରିବେଶ ଉପଯୋଗୀ ଗୁଣବତ୍ତା ଗ୍ରାହକଙ୍କ ଦ୍ୱାରା ବେଶ ଗ୍ରହଣୀୟ ହୋଇପାରିଛି ।

ଆଗାମୀ ୧୦ ବର୍ଷ ମଧ୍ୟରେ କମ୍ପାନୀ ଦେଶକୁ ଇ- ଭେଇକିଲ ଜରିଆରେ ଏକ ନୂତନ ଦିଗନ୍ତ ଦେବ ବୋଲି କହିଛନ୍ତି ଏସସିଏସ୍ ପ୍ରତିଷ୍ଠାତା ତଥା ଉଦ୍ୟୋଗପତି ଯୋଗେସ୍ ଲାଠ୍ । ୨୦୩୦ ବେଳକୁ ଏସସିଏସର ବୈଦ୍ୟୁତିକ ଯାନ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଖ୍ୟାତି ଲାଭ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି । ‘ଗୋ ଗ୍ରୀନ୍’ ଏସଇଏସର ଏହି ପଦକ୍ଷେପ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ନୀତିନ ଗଡକରୀ କହିଥିଲେ ।