ଦେହଜୀବୀଙ୍କ ସହ ମଉଜ ପାଇଁ କରୁଥିଲା ଆଡମିସନ୍ ଠକେଇ । ବିନା ପରୀକ୍ଷାରେ ମେଡିକାଲ କଲେଜ ସିଟ୍ କରିଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍, ଅଭିଯୁକ୍ତ ସୁମିତଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।

736

କନକ ବ୍ୟୁରୋ : ପରୀକ୍ଷା ନଦେଇ ମେଡିକାଲ୍ ସିଟ୍ ମିଳିବ । ଟଙ୍କା ଦେଲେ ମନ ମୁତାବକ କଲେଜରେ ଲେଖାଇହେବ ନାଁ । ଓୟୁଏଟିର ଭେଟେନାରୀ କଲେଜରେ ହେଉ କିମ୍ବା ଅନ୍ୟ ମେଡିକାଲ କଲେଜରେ ଅତି ସହଜରେ ମିଳିବ ସିଟ୍ । ଏଭଳି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲେ ଯାଜପୁରର ସୁମିତ ବିଶ୍ୱାଳ । ଆଉ ଲୁଟ୍ ଟଙ୍କାରେ କରୁଥିଲେ ମଉଜ । ଠକେଇ ଟଙ୍କାରେ ଦିଲ୍ଲୀ, ମୁମ୍ବାଇ ଓ କଲିକତାରେ ଅୟସ କରୁଥିଲେ । କଲ ଗାର୍ଲଙ୍କ ସହ ବିତୁଥିଲା ସମୟ । ଶେଷରେ ସୁମିତଙ୍କୁ ଚୂନା ଲଗାଇ ୪୦ ଲକ୍ଷ ଟଙ୍କା ଲୁଟିନେଲେ ତାଙ୍କ ଗର୍ଲଫ୍ରେଣ୍ଡ ।

ମେଡିକାଲ୍ କଲେଜରେ ସିଟ୍ ଦେବା ନାଁରେ ଠକେଇ । ଠକେଇ ଟଙ୍କାରେ ରାଜ୍ୟ ବାହାରେ ମଉଜ କରୁଥିଲା ଠକ । ଦେହଜୀବୀଙ୍କ ସହ ବିତାଉଥିଲେ ସମୟ । ଠକେଇ ମାମଲାରେ ଫସିଥିବା ଯାଜପୁରର ସୁମିତ ବିଶ୍ୱାଳଙ୍କର କଳା କାରନାମାର ଫର୍ଦ୍ଦ ବଢିବାରେ ଲାଗିଛି । ଓୟୁଏଟି ଭେଟେନାରୀ କଲେଜ ହେଉ କିମ୍ବା ଅନ୍ୟ ମେଡିକାଲ କଲେଜରେ ଡାକ୍ତରି ସିଟ୍ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକୁଥିଲେ ସୁମିତ । ଆଉ ଟଙ୍କା ଲୁଟିବା ପରେ ଦିଲ୍ଲୀ, ମୁମ୍ବାଇ ଓ କଲିକତାରେ କରୁଥିଲେ ମଉଜ । କଲଗାର୍ଲଙ୍କ ସହ ବିତାଉଥିଲେ ସମୟ ।

ସ୍ୱାମୀଙ୍କର କଳା କାରନାମାର ଖୁୁଲାସା କରିଛନ୍ତି ସ୍ତ୍ରୀ । କୋମଲ ଓ ସୋନି ନାମକ ଦୁଇ କଲଗାର୍ଲଙ୍କ ସହ ସୁମିତଙ୍କ ସମ୍ପର୍କ ଥିଲା ବୋଲି ସ୍ତ୍ରୀ ଖୁଲାସା କରିଛନ୍ତି । କେବଳ ଏତିକି ନୁହଁ ଜଣେ କଲ ଗାର୍ଲ ସୁମିତଙ୍କୁ ଚୂନା ଲଗାଇ ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା କହିଛନ୍ତି ସୁମିତଙ୍କ ସ୍ତ୍ରୀ ।

ମେଡିକାଲ ସିଟ୍ ଠକେଇ ଘଟଣାରେ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ଭୁବନେଶ୍ୱରରୁ ସୁମିତଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ସମୟରେ ସୁମିତଙ୍କ ସହ ଜଣେ ମହିଳା ବି ଥିଲେ । ସେ ମହିଳା ଜଣଙ୍କ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ସୁମିତଙ୍କ ସ୍ତ୍ରୀ । ସୁମିତଙ୍କ ନାଁରେ ୪ଟି ମାମଲା ରୁଜୁ କରିଛି ପୋଲିସ । ଅଧିକ ଖୋଳତାଡ କଲେ ଏହି ଠକେଇ ମାମଲାରେ ବହୁ ଲୋକଙ୍କ ନାଁ ସାମ୍ନାକୁ ଆସିବ ବୋଲି ସୁମିତଙ୍କ ସ୍ତ୍ରୀ କହିଛନ୍ତି ।