ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଅପରାଧ ଘଟାଇଥିବା ଅନ୍ତେବାସୀ ପାଦ ଦେବେ ଶିକ୍ଷାର ମନ୍ଦିରରେ ।

93

କନକ ବ୍ୟୁରୋ: ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଏନେଇ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଶାଖା ବା ଶ୍ରେଣୀଗୃହ ଆରମ୍ଭ ହୋଇଛି । ପରିସ୍ଥିତିର ପଡି ଅପରାଧ ଘଟାଇଥିବା ଅନ୍ତେବାସୀ ଏହି ଶିକ୍ଷାର ମନ୍ଦିରରେ ପାଦ ଦେବେ । ଆଉ ପାଠ ପଢି ମନରେ ଥିବା ଅପରାଧି ମାନସିକତାରୁ ନିଜକୁ ମୁକ୍ତ କରିବେ ବୋଲି ଆଶା କରାଯାଉଛି ।

ଅପରାଧ ମାନସିକତାରୁ ବାହାରି ପାଠ ପଢିବେ କଏଦୀ । ସମ୍ବଲପୁର ମଣ୍ଡଳ କାରାଗାରର ଅନ୍ତେବାସୀ ପାଠ ପଢିବେ । ଅପରାଧ ରୂପୀ ଅନ୍ଧକାରକୁ ଦୂର କରିବା ପାଇଁ ଶିକ୍ଷା ହେବ ମାଧ୍ୟମ । ସମ୍ବଲପୁର ମଣ୍ଡଳ କାରାଗାରରେ ଓଏସଓୟୁ ଦ୍ୱାରା ପାଠପଢା ଯାଉଛି । ଜେଲ୍ ବିଭାଗ ଓ ଓଏସଓୟୁର ମିଳିତ ଉଦ୍ୟମରେ ସମ୍ବଲପୁର ମଣ୍ଡଳ ଜେଲ୍ ଭିତରେ ଶ୍ରେଣୀଗୃହର ଉଦଘାଟନ କରାଯାଇଛି ।

ପାଠ ପଢିବା ପାଇଁ ସମ୍ବଲପୁର ମଣ୍ଡଳ ଜେଲର ୧୫ ଜଣ ଅନ୍ତେବାସୀ ରେଜଷ୍ର୍ଟ୍ରେସନ କରିଛନ୍ତି । ଶିକ୍ଷକମାନେ ଜେଲ ଭିତରକୁ ଆସି ପାଠ ପଢାଇବା ସହ ପାଠ୍ୟପୁସ୍ତକ, କାଉନସିଲିଂ ସେସନ, ଇ-ଲାଇବ୍ରେରୀ ଓ ଅଡିଓ ଭିଡିଓ ଲେସନ ପ୍ରଭୃତି ପ୍ରଦାନ କରାଯିବ । ପାଠପଢାକୁ ନେଇ ଅନ୍ତେବାସୀ ଖୁସି ଥିବା ବେଳେ ଏହା ସେମାନଙ୍କ ମନରେ ଥିବା ଅପରାଧିକ ମାନସିକତାକୁ ଦୂର କରିପାରିବ ବୋଲି ଆଶା କରାଯାଉଛି ।