କନକ ବ୍ୟୁରୋ: ରାଜ୍ୟର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ଲାଗି ରହିଥିବା ଅନିଶ୍ଚିତତା ଆଜି ଦୂର ହୋଇଛି । ଦୀର୍ଘ ଦିନ ଧରି ହାଇକୋର୍ଟରେ ଚାଲିଥିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଓସେଫାର ମେଧା ତାଲିକାକୁ କାଏମ ରଖି ଶିକ୍ଷକ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଦୀର୍ଘ ଦିନ ହେବ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଲାଗି ରହିବା ପରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ସଂଶୋଧନ କରି ଓସେପାର ମେଧା ତାଲିକାକୁ ବୈଧ ବୋଲି ଦର୍ଶାଇଛନ୍ତି ଡିଭିଜନ ବେଂଚ । ଏଥିସହ ମେଧା ତାଲିକାକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ରାୟ ଆସିବା ପରେ ଖୁସି ଜାହିର କରିଛନ୍ତି ମେଧା ତାଲିକାରେ ଥିବା କନିଷ୍ଠ ଶିକ୍ଷକ ଆଶାୟୀ । ଦୀର୍ଘ ଦିନର ଲଢ଼େଇ ପରେ ସେମାନଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ମେଧା ତାଲିକା ପ୍ରକାଶ ପାଇବା ପରେ, ବିବାଦ ଉପୁଜିଥିଲା । ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତାଲିକାରୁ ବାଦ ପଡିଥିବା ଆବେଦନକାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମାମଲା ହାଇକୋର୍ଟରେ ପହଁଚିଥିଲା । ତାପରେ ଜଣିକିଆ ଖଣ୍ଡପୀଠ ଓସେପା ପକ୍ଷରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରିବା ସହ ଜିଲ୍ଲାୱାରୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତି ସମୟରେ ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି କରିବାକୁ ଏକାଧିକ ରିଟ୍ ପିଟିସନ ଦାୟର କରିଥିଲେ କନିଷ୍ଠ ଶିକ୍ଷକ ଆଶାୟୀ ।