ଆତଙ୍କୀଙ୍କୁ ନିସ୍ତାର ନାହିଁ: ଜମ୍ମୁ-କାଶ୍ମୀରରେ ଚାଲିଛି ଅପରେସନ୍ ଅଲ୍ ଆଉଟ୍, ୬ ମାସରେ ୧୧୪ ଆତଙ୍କୀ ନିପାତ ।

129

କନକ ବ୍ୟୁରୋ: ନିପାତ ହେଉଛନ୍ତି ଆତଙ୍କୀ । ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍ ଆଉଟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍ ମାସ ସୁଦ୍ଧା ହିଜବୁଲ୍ ମୁଜାହିଦ୍ଦିନର ୩୬ ଜଣ ଆତଙ୍କବାଦୀ ଥିବାବେଳେ ଲଶ୍କର-ଇ-ତୋଏବାର ୨୪ ଜଣ ଆତଙ୍କବାଦୀ ରହିଛନ୍ତି ।

ଅନ୍ୟପଟେ ସେହିପରି ଜୈଶ୍-ଇ-ମହମ୍ମଦ ୩୮, ଇସଲାମିକ୍ ଷ୍ଟେଟର ୫ ଜଣ ଏବଂ ଅଲ୍ ବଦର ଆତଙ୍କବାଦୀ ସଂଗଠନର ୫ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ଏହି ସମୟ ମଧ୍ୟରେ ୨୦ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜୈଶ୍-ଇ-ମହମ୍ମଦ୍ର ୧୪ ଏବଂ ଲଶ୍କର-ଇ-ତୋଏବାର ୪ ଆତଙ୍କବାଦୀ ରହିଛନ୍ତି । ତେବେ ବାରମ୍ବାର ଜମ୍ମୁ-କଶ୍ମୀରରେ ହେଉଥିବା ଆତଙ୍କୀ ହମଲା ପରେ ସଜାଗ ରହିଛନ୍ତି ଭାରତୀୟ ସେନା ।