ରାସ୍ତାରେ ଟ୍ରକକୁ ଅଟକାଇଲେ, ଲକ୍ଷାଧିକ ଟଙ୍କାର ବାଲି ଢାଳିଦେଲେ । ବେଆଇନ ଚାଲାଣକୁ ବିରୋଧ

265

କନକ ବ୍ୟୁରୋ : ବେଆଇନ ଚାଲାଣକୁ ବିରୋଧ । ରାସ୍ତାରେ ଢାଳିଦେଲେ ଲକ୍ଷାଧିକ ଟଙ୍କାର ବାଲି । ଯାଜପୁର ତହସିଲ ଅଧୀନରେ ବେଆଇନ ବାଲି ଚାଲାଣକୁ ଜନତା ବିରୋଧ କରିଛନ୍ତି । ବେଆଇନ ପରିବହନକୁ ବିରୋଧ କରି ଅନେକ ହାଇୱାରୁ ରାସ୍ତାରେ ବାଲି ଢାଳି ଦେବା ସହ ପ୍ରତିବାଦ କରିଛନ୍ତି ଲୋକେ ।

ସୂଚନା ଅନୁସାରେ କମଳପୁର ଓ ବନ୍ଧ ମୁଣ୍ଡା ବାଲି ଘାଟକୁ ବାଲି ଚାଲାଣ ହୋଉଥିବା ବେଳେ ଓଭର ଲୋଡି ଓ ବେଆଇନ ପରିବହନକୁ ବିରୋଧ କରାଯାଇଛି । ଯାହାକି ଶତାଧିକ ସ୍ଥାନୀୟ ଜନସାଧାରଣ ଓ ବିଜେପି ପକ୍ଷରୁ ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଏଥି ସହ ୱାଇ ଫର୍ମ ନଥିବା ବୋଝୋଇ ବାଲି ଗାଡିରୁ ବାଲିକୁ ରାସ୍ତାରେ ଢାଳିଛନ୍ତି । ଏହି ବାଲିଘାଟ ଗୁଡିକରୁ ପ୍ରତ୍ୟେକ ଶହ ଶହ ବାଲି ବୋଝୋଇ ଟ୍ରକ ଭଦ୍ରକ ଓ ବାଲେଶ୍ୱରକୁ ବାଲି ଲୁଟ ହେଉଛି । ଯାହା ଫଳରେ ରାସ୍ତା ଘାଟ ଖାଲ ଢିପ ହେଉଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରିବା ପରେ ବି କେହି ଶୁଣୁ ନଥିବାରୁ ବିଜେପି ଯୁବ ମୋର୍ଚା ସହାୟତା ରେ ବାସୁଦେବ ପୁର. ଗୋବିନ୍ଦ ପୁର. କମଳପୁର ସୁଆର ଆଦି ଅଂଚଳର ସ୍ଥାନୀୟ ବାସୀନ୍ଦା ବିରୋଧ କରିଛନ୍ତି । ତୁରନ୍ତ ବାଲି ଘାଟ ବନ୍ଦ କରିବାକୁ ଦାବି କରିଛନ୍ତି ।