କନକ ବ୍ୟୁରୋ : ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ଏନଡିଏକୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଯାହାର ପୂରା ନାଁ ହେଉଛି Indian National Democratic Inclusive Alliance ।
ବାଙ୍ଗାଲୋରରେ ଆୟୋଜିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ୨୬ଟି ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରସ୍ତୁତ ଏଥିପାଇଁ ମୁଁ ବହୁତ ଖୁସି । ଏବେ ଆମର ୧୧ଟି ରାଜ୍ୟରେ ସରକାର ରହିଛି । ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ । ନିଜ ସହଯୋଗୀଙ୍କ ଜରିଆରେ ବିଜେପି କ୍ଷମତାକୁ ଆସିଛି ଏବଂ ସରକାର ଗଢିବା ପରେ ନିଜ ସହଯୋଗୀଙ୍କୁ ବିଦା କରିଛି । ଏବେ ବିଜେପି ନିଜର ପୁରୁଣା ସହଯୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବ୍ୟଗ୍ର ହୋଇ ଉଠିଛି । କାରଣ ବିରୋଧୀ ଯେଉଁଭଳି ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ତାହା ବିଜେପିକୁ ବିଚଳିତ କରିଛି । କାରଣ ଏହାର ପରିଣାମ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିର ପରାଜୟ । ତେଣୁ ବିଜେପି ଏବେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ ବିରୋଧୀ ଦଳକୁ ଭୟଭୀତ କରୁଛି ।
Opposition alliance named INDIA - Indian National Democratic Inclusive Alliance, confirms RJD & Shiv Sena(UBT) pic.twitter.com/SxrEquNpaA
— ANI (@ANI) July 18, 2023
ଏହାସହ ଖଡଗେ କହିଛନ୍ତି, ଏହି ବୈଠକ ଜରିଆରେ କ୍ଷମତା ଦଖଲ କରିବା ଆମର ଇଚ୍ଛା ନୁହେଁ । ଏହି ବୈଠକ ଲୋକତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟର ରକ୍ଷା ପାଇଁ । କେବଳ ଏତିକି ନୁହେଁ ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ଆମେ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛୁ ଯେ, ପ୍ରଧାନମନ୍ତ୍ରୀ ପଦ କିମ୍ବା କ୍ଷମତା ଦଖଲ ପାଇଁ କଂଗ୍ରେସର ଆଗ୍ରହ ନାହିଁ । ଆମ ମେଣ୍ଟ ଭିତରେ ପରସ୍ପର ମଧ୍ୟରେ ମତଭେଦ ଥାଇପାରେ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ, ମହଙ୍ଗା ମାଡରେ ଯୁଝୁଥିବା ମଧ୍ୟବିତ୍ତଙ୍କ ପାଇଁ, ବେକାରୀ ସହ ସଂଘର୍ଷ କରୁଥିବା ଯୁବବର୍ଗଙ୍କ ପାଇଁ ଓ ଗରିବଙ୍କ ସ୍ୱାର୍ଥ ପାଇଁ ଆମେ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଭୁଲିପାରିବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/3_00000-4.jpg)