ଆସନ୍ତାକାଲି ବିରୋଧୀ ଦଳ ବୈଠକ ଡାକିଲା କଂଗ୍ରେସ ! ଦେଶବ୍ୟାପୀ ୧୦ ଦିନିଆ ଆନ୍ଦୋଳନ ଯୋଜନା

204

କନକ ବ୍ୟୁରୋ : ଆସନ୍ତା ନଭେମ୍ବର ୪ ତାରିଖରେ କଂଗ୍ରେସ ସମସ୍ତ ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛି। ଆର୍ଥିକ ମାନ୍ଦାବସ୍ଥା , କୃଷି ସଙ୍କଟ , ବେରୋଜଗାର ଏବଂ ପ୍ରସ୍ତାବିତ ଆରସିଇପି (ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗିଦାରିତା) ଚୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାପାଇଁ କଂଗ୍ରେସ ୧୦ ଦିନିଆ ଦେଶବ୍ୟାପୀ ଆନ୍ଦୋଳନ ଯୋଜନା କରୁଛି। ଏହି ଆନ୍ଦୋଳନକୁ ସମସ୍ତ ବିରୋଧୀଦଳ ସମର୍ଥନ କରିବାପାଇଁ କଂଗ୍ରେସ ଆହ୍ବାନ ଦେଇଛି।

ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ଦଳ ସରକାରକୁ ଘେରିବ । ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ଦଳ ଆନ୍ଦୋଳନକୁ ବ୍ୟାପକ କରିବ। ମୋଦୀ ଆରସିଇପି ସମ୍ମିଳନୀରେ ଯୋଗ ଦେବାକୁ ଥାଇଲାଣ୍ଡ୍ ଯାଇଥିବା ବେଳେ କଂଗ୍ରେସ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରୁଛି।