ରାସ୍ତା କଡରେ ମେଲିଛି ମଦର ପସରା ! କନକ ନ୍ୟୁଜ୍ କ୍ୟାମେରାରେ ଧରା ପଡିଲା ସତ, ଦେଖନ୍ତୁ ଏକ୍ସକ୍ଲୁସିଭ ରିପୋର୍ଟ ଅପରେସନ ହାଇୱେ

38

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜପଥ କଡ଼ ନିକଟରୁ ହଟିଛି ମଦ ଦୋକାନ । ଉଭୟ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରୁ ୫ଶହ ମିଟର ଦୂର ଭିତରେ ମଦ ବିକ୍ରି ଉପରେ କଟକଣା ଲାଗିଛି । କିନ୍ତୁ ଏହି କଟକଣା ସତରେ କ’ଣ ପାଳନ ହେଉଛି । ସତରେ କ’ଣ ରାଜପଥ କଡରେ ମିଳୁନି ମଦ । ମଦ ଜନିତ କାରଣରୁ ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ ନେଇଥିବା ଏହି ପଦକ୍ଷେପ କ’ଣ ଠିକଠାକ୍ କାର୍ଯ୍ୟକାରୀ ହେଉଛି । ଏହାର ଅନୁସଂସ୍ଥାନ ପାଇଁ ବାହାରିଥିଲା କନକ ନ୍ୟୁଜ୍ ଟିମ୍ । ଆଉ ରାଜପଥ କଡ ନିକଟ ହୋଟେଲ ଓ ଢାବାକୁ ଯାଇ କରିଥିଲା ରିୟଲିଟି ଚେକ୍ । ଫଳ କ’ଣ ବାହାରିଥିଲା ଦେଖି ନିଅନ୍ତୁ ଏହି ରିପୋର୍ଟରେ ।

ଦେଖନ୍ତୁ ଏହି ଭିଡିଓ-

ସେପଟେ ମଦ କଟକଣାରୁ ବର୍ତିବାକୁ ରାଜ୍ୟ ସରକାରଙ୍କ ନୂଆ ବ୍ୟବସ୍ଥା । ରାଜ୍ୟ ରାଜପଥର ନାଁ ବଦଳାଇ କଲେ ସହରାଂଚଳ ରାସ୍ତା । ମ୍ୟୁନିସିପାଲଟି ଦେଇ ଯାଇଥିବା ରାଜପଥର ନାଁ ବଦଳାଇ ସହରାଂଚଳ ରାସ୍ତା କରାଯାଇଥିବା ପୂର୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି । ରାଜପଥର ୫ଶହ ମିଟର ଭିତରେ ମଦ ଦୋକାନ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ମଦ କଟକଣାରୁ ବର୍ତିବା ପାଇଁ ରାଜ୍ୟ ସରକାର ଆଜି ଏଭଳି ନିଷ୍ପତି ନେଇଛନ୍ତି । ମହାରାଷ୍ଟ୍ର ଓ ରାଜସ୍ଥାନରେ ମଧ୍ୟ ରାଜ୍ୟ ରାଜପଥର ନାଁରେ ପରିବର୍ତନ କରାଯାଇଛି  । କିନ୍ତୁ ଜାତୀୟ ରାଜପଥ ପାଇଁ ଏହି ବିଜ୍ଞପ୍ତି ଲାଗୁ ହେବ ନାହିଁ  । ସେପଟେ ରାଜ୍ୟ ରାଜପଥ ନାଁ ବଦଳି ସହରାଂଚଳ ରାସ୍ତା ହେଲେ ବନ୍ଦ ହୋଇଥିବା ମଦ ଦୋକାନ ପୁଣି ଖୋଲିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ସଚିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ସୁପ୍ରିମକୋର୍ଟରେ ଦାୟର ହୋଇଛି ମାମଲା ।

ଦେଖନ୍ତୁ ଏହି ଭିଡିଓ-