ଜଟଣୀ ସବଡିଭିଜନ ଜେଇଙ୍କ ପର୍ଦ୍ଦାଫାସ: ଅଫର ଶୁଣି ଅଫିସରଙ୍କ ମନକୁ ଛୁଇଁଗଲା ପାପ…ଶହେ ପ୍ରତିଶତ ନହେଲେ ବି ୫୦ ପ୍ରତିଶତ ସହାୟତା କରିବାକୁ ରାଜି ହୋଇଗଲେ ସୁବ୍ରତ

ଲୋକେ ହଇରାଣ ହେଲେ ଇନଭଟର କିଣିବେ, ଆଉ ବାବୁଙ୍କ ପକେଟ ଗରମ ହେବ;କନକ ନ୍ୟୁଜର ଅପରେସନ ବ୍ଲାକଆଉଟ ପରେ ସାରା ରାଜ୍ୟରେ ଚାଂଚଲ୍ୟ

677

ଅଫର ଶୁଣି ଜେଇ ସୁବ୍ରତ ତ୍ରିପାଠୀଙ୍କ ମନକୁ ଛୁଇଁଗଲା ପାପ
୧୦୦ ପ୍ରତିଶତ ନହେଲେ ବି ୫୦ ପ୍ରତିଶତ ସହାୟତା କରିବାକୁ ରାଜି ହୋଇଗଲେ ଜେଇ
ସଂଧ୍ୟାରେ ନହେଲେ ବି ଦିନବେଳା ଲାଇନ କାଟି ଫାଙ୍କିଦେବେ ଜୁନିୟର ଇଂଜିନିୟର
ଜେଇଙ୍କ କଥାରୁ ଜଣାପଡୁଥିଲା ଠକିବାର କୌଶଳ ସରକାରୀ ବବୁଙ୍କୁ ବେସ ଜଣା
ଅଭ୍ୟାସଗତ ଭାବେ ସେ ଏଭଳି କରିଆସୁଥିବାର ଏକ ଧରଣା ବି ତିଆରି ହେଲା

କନକ ବ୍ୟୁରୋ: ଅର୍ଥଶାସ୍ତ୍ରରେ ଗୋଟିଏ ଥିଓରୀ ଅଛି । ସାମଗ୍ରୀର ଅଭାବ ହେଲେ ଚାହିଦା ବଢିବ । ବିଜୁଳି ନଥିଲେ ଲୋକେ ବିକଳ୍ପ ଖୋଜିବେ । ଆଉ ଏହି ଅଭାବର ସୁଯୋଗ ନେବ ଇନଭଟର କମ୍ପାନି । ଫୋନି ବାତ୍ୟା ପରେ ଲୋକେ ଦିନରାତି ବିନା ବିଜୁଳି, ପାଣିରେ ରହିଲେ । ସେଥିପାଇଁ ଇନଭଟର ଦୋକାନ ସାମ୍ନାରେ ଲାଗିଲା ଲୋକଙ୍କ ଲମ୍ବା ଧାଡି । ତେଣୁ ବିଜୁଳି ବିଭାଗ ଅଧିକାରୀଙ୍କ ସାଧୁତା ପରଖିବାକୁ ଇନଭଟର ହିଁ ଥିଲା ସବୁଠାରୁ ଭଲ ମାଧ୍ୟମ । ଯାହାକୁ ପ୍ରୟୋଗ କରିଥିଲେ ଲିକିଂ ଗୁରୁ ଡଟ କମର ସାମ୍ବାଦିକ ।

ସୁବ୍ରତ ତ୍ରିପାଠୀ
ଇଲେକ୍ଟ୍ରିକାଲ ଜେଇ, ଜଟଣୀ ସବ୍ଡିଭିଜନ୍
ଅଫର ଶୁଣି ତ୍ରିପାଠୀ ବାବୁଙ୍କ ମନରେ ଲୋଭ
୫୦ ପ୍ରତିଶତ ସହାୟତା କରିବାକୁ ରାଜି
ଦିନବେଳା ଲାଇଟ କାଟି ଫାଙ୍କିଦେବେ ଜେଇ

ପ୍ରଥମ ସାମ୍ବାଦିକ- ଜଣେ ଯଦି ଇନଭଟର କିଣିବ, କ’ଣ ପାଇଁ କିଣିବ ସାର?

ଜେଇ- ଲାଇନ କଟିଗଲେ କିଣିବ ।

ପ୍ରଥମ ସାମ୍ବାଦିକ- ଲାଇନ ଫ୍ଲକଚୁଏଟ ହେଲେ । ଲାଇନ କଟୁଛି ରେଗୁଲାର ବୋଲି । ଅସୁବିଧା ହେଉଛି ଇଭିନିଂ ଟାଇମରେ । ପିଲାଙ୍କ ପାଠପଢା ହେଉ କି କ’ଣ ହେଉ । ଜେନେରାଲ ଲୋକଟେ କିଣିବ । ତାକୁ ନେଇକି ଆମେ ଗୋଟେ ବଡ ୱାର୍କଆଉଟ ବି କରିଛୁ ଥ୍ରୁଆଉଟ୍ ଓଡିଶା ସାରା । ଆମକୁ ଆପଣଙ୍କଠାରୁ ଗୋଟେ ସପୋର୍ଟ ଦରକାର ।

ଜେଇ- କ’ଣ ଚାହୁଁଛନ୍ତି କୁହନ୍ତୁ ।

ପ୍ରଥମ ସାମ୍ବାଦିକ- ସେଥିପାଇଁ ଆମେ ଆପଣଙ୍କ ପାଇଁ ଭଲ ଫଣ୍ଡ ଗୋଟେ ରଖିଛି କମ୍ପାନି ସାର । ସାର ଆସିଛନ୍ତି ଆମର ଛତିଶଗଡ, ରାୟପୁରରୁ ଆସିଛନ୍ତି ।

ଜେଇ- ଆମକୁ କ’ଣ କରିବାର ଅଛି?

ପ୍ରଥମ ସାମ୍ବାଦିକ- ଆମେ ସାର ଗୋଟେ ପ୍ଲାନ କରିଛୁ ଗୋଟେ ୱିକଲି ସାର । ସପ୍ତାହରେ କି ଗୋଟେ ମାସ । ଆଟଲିଷ୍ଟ ଗୋଟେ ମାସ ଭିତରେ, ଆଜି ଧରନ୍ତୁ ଗୋଟେ ଦିନ ଲାଇନ କଟିଲା । ଆପଣଙ୍କର ଯେତେବେଳେ ଲାଇନ କଟୁଛି ଆମକୁ ଟିକେ ଖାଲି ଇନଫର୍ମ କରିଦେବେ । ଆରେ ସନ୍ତୋଷ ବାବୁ ଏତିକିବେଳେ ଆମର ଲାଇନ କଟୁଛି । ଆମକୁ କିଛି ସମୟ ସାର ପିକ ଆୱାରରେ, ଧରନ୍ତୁ ୭ଟା ବେଳେ ହଉ ଅଧଘଂଟା, ଘଂଟାଏ କି ୯ଟା ବେଳେ ହଉ କି ୧୧ଟା ବେଳେ । ଅଧଘଂଟା, ଘଂଟାଏ ଟିକେ ଲାଇନ ଯଦି କାଟିଦେବେ । ଆପଣ ଲାଇନ କାଟିଦେଲେ କାଲି ସକାଳୁ କ’ଣ କି ଆମ ପିଲା ପଳେଇ ଆସିଲେ । ରାତିରେ ତ ଆସିବେନି ତାପରେ କି ଦିନବେଳା ଆମ ପିଲା ଆସିକି ପୁସିଂ ସେଲ କରିଦେବେ । ଅଦରୱାଇଜ ତା ପରଦିନ ଆସିକି ଆମେ ସେ ଏରିଆ ସବୁ ପୁସିଂ ସେଲ ଆରମ୍ଭ କରିଦେବୁ । ଏମିତି ସାର ଥ୍ରୁଆଉଟ ଓଡିଶା ସାରା ପ୍ରାୟ ଆମେ କରୁଛୁ । ମୁଁ ସେଇଥି ପାଇଁ କହୁଥିଲି ସାର ଆମେ ଟାଇମ ଦେବୁ ସାର ଏତିକି ବେଳେ ଟିକେ କାଟି ଦିଅନ୍ତୁ, ୭ଟା ବେଳେ କି ୮ଟା ବେଳେ ..

ଜେଇ- ସେଇଟା ଠିକ ଯେ, ଏଇଟା ସିନା ଆପଣ ଆମ ସହିତ କଥା ହେଉଛନ୍ତି । ଲାଇନ ଇଂଟରଭେନ୍ସନ୍ ଉପରେ ବି ଆମ ସିଇଓ ଏଇନା ଯିଏ ଅଛନ୍ତି ପୁରା ଭାରି ହାର୍ଡସିପ ଅଛନ୍ତି । ପ୍ରତ୍ୟେକ ଦିନର ଲାଇନ କେତେ ସମୟରୁ କେତେ ସମୟ କଟିଲା ତାର ଇଂଟରଭେନ୍ସନ୍ ଆମେ ପଠାଉଛୁ ହେଡ ଅଫିସକୁ ।

ପ୍ରଥମ ସାମ୍ବାଦିକ- ଅସୁବିଧା ହେଉଛି, ଫ୍ଲକ୍ଚୁଏଟ୍ ହେଉଛି ଏମିତି?

ଜେଇ- ଯଦି ୧୦୦ ପରସେଂଟ୍ ଆମେ ଆପଣଙ୍କୁ ଇଏ ନକିରପାରିବୁ କିନ୍ତୁ ୫୦ ପରସେଂଟ୍ କୌଣସିମତେ ଆମେ କରିପାରିବୁ । ବଡକଥା କିଛି ନାହିଁ ।

ପ୍ରଥମ ସାମ୍ବାଦିକ- ମାସକୁ କେତେଥର ଆପଣ କରିପାରିବେ?

ଜେଇ- ଦିନବେଳା ଯାହା ହେବ । ସଂଧ୍ୟାବେଳା ପିକ୍ ଲୋଡରେ ଆମେ ଏଠୁ କାଟିଦେଲେ ଆମ ଲାଇନ୍ ଆଉ ଟାଣି ହିଁ ପାରିବନି, ଏତେ ଲୋଡ୍ । ମନେକର କଂଟିନ୍ୟୁଅସ୍ ସପ୍ଲାଏ ଅଛି, ଲାଇନ୍ ପାଉଛନ୍ତି ସମସ୍ତେ । ଇନକେସ୍ ମଝିରେ ୧୫ ମିନିଟ ୨୦ ମିନିଟ୍ ବ୍ରେକ୍ ହେଇଗଲା । ଆମେ ତା ପରେ ଲାଇନ୍ ଯଦି ଦେଇ ଦେଉଛୁ, ଲୋକ କଟ୍ ହେଇଗଲେ ଲୋଡ୍ ପକେଇ ଦେଉଛନ୍ତି । ମାନେ ଅଫ୍ ଥିବ ଅନ୍ କରି ଦେଉଛନ୍ତି । ଫ୍ୟୁଜ୍ ପଳେଇବ, ନହେଲେ ଟ୍ରାନ୍ସଫରମରରୁ ଗୋଟିଏ ଫ୍ୟୁଜ୍ ବାହାରିବନି । ଏମିତି ହେଉଛି । ତେଣୁ ପିକ୍ ଲୋଡ ଆୱାରରେ କାଟିବାଟା ପସିବୁଲ ନୁହେଁ । ଦିନବେଳେ କେତେବେଳେ କେମିତ ହେବ ।

ସୁବ୍ରତ ତ୍ରିପାଠୀ
ଇଲେକ୍ଟ୍ରିକାଲ ଜେଇ, ଜଟଣୀ ସବଡିଭିଜନ୍
ଲାଇନ କାଟିବାକୁ ବାବୁଙ୍କ ନୂଆ ଫଣ୍ଡା
କାମ ରଖି କାଟିଦେବେ ବିଜୁଳି
ଲୋକେ ହଇରାଣ ହେଲେ ଇନଭଟର କିଣିବେ

ପ୍ରଥମରୁ କେବଳ ଦିନବେଳା ଲାଇନ କାଟିବାକୁ ରାଜି ହେଉଥିବା ଜେଇଙ୍କ ସାଧୁତାରେ ଲାଗିସାରିଥିଲା ପ୍ରଶ୍ନଚିହ୍ନ । ସାକଳେ ପାୱାର କଟ୍ ପାଇଁ ୧୫ ହଜାର ଓ ସଂଧ୍ୟାରେ ପିକ ଆୱାର ପାଇଁ ୨୦ ହଜାର ଶୁଣି ବଦଳି ଗଲା ମନ । ଅଧିକ ଲାଭର ଲୋଭରେ ବାବୁ ଏଥର ସଂଧ୍ୟାରେ ବିଜୁଳି କାଟିବାକୁ ରାଜି ହୋଇଗଲେ । ଏପରିକି କେତେ ତାରିଖରୁ କେତେ ତାରିଖ ଯାଏଁ ଲାଇନ କାଟିବାକୁଲ ହେବ ଖାତାରେ ଟିପି ରଖିଲେ ସେସୁ ଅଧିକାରୀ ।

ପ୍ରଥମ ସାମ୍ବାଦିକ- ଅଧଘଂଟା ପାଇଁ କାଟିଦେବେ । ଏନଫ ସାର । ପିକ୍ ଆୱାରରେ ୱାନ୍ ଆୱାର । ଆମେ ଗୋଟେ ବଜେଟ୍ ରଖିଛୁ । ଆମେ ପାଖା ପାଖି ୨ ଲକ୍ଷ ଟଙ୍କା ରଖିଛୁ ।

ଜେଇ- ଆପଣଙ୍କର କେତେ ତାରିଖରୁ କେତେ ତାରିଖ ଦରକାର?

ପ୍ରଥମ ସାମ୍ବାଦିକ- ଆମେ ଗୋଟେ ପୂଜା ପୂର୍ବରୁ ପ୍ଲାନ କରିଛୁ ସାର । ପୂଜା ପୂର୍ବରୁ ହେଲେ ପୂଜାରେ ଆମକୁ ବିକିବା ପାଇଁ ଭଲହେବ । କାହିଁକି ପୂଜା ଟାଇମଟା ଲୋକ ଇଂଟରପ୍ଟ ହେଲେ ଫେର… । ଆମେ ପ୍ରାୟ କିଛି ଏରିଆରେ, ଯୋଉ ଏରିଆରେ ଭଲ ସେଲ ହେବ । ଆପଣଙ୍କ ପାଇଁ ୨ ଲକ୍ଷ ଟଙ୍କା କମ୍ପାନି ରଖିଛି । ପାଖାପାଖି ଅଧଘଂଟା କିମ୍ବା ଘଂଟାଏ ଆପଣ କାଟିଲେ ଟଙ୍କା ୧୦ ହଜାର ଆପଣଙ୍କ ପାଇଁ ରଖି ଦିଆଯିବ । ମାନେ ଆମେ ପୁରା ୨ ଲକ୍ଷର ଗୋଟେ ବଜେଟ ନେଇକି ଆସିଛୁ ଆପଣଙ୍କ ପାଇଁ ଗୋଟେ ମାସରେ ।

ଦ୍ୱିତୀୟ ସାମ୍ବାଦିକ- ଆପଣ କ’ଣ ଚାହୁଁଛନ୍ତି? ଏକ ଘଂଟା ପାଇଁ ଆପଣ କୁହନ୍ତୁ କେତେ ଚାର୍ଜ ହେବା ଦରକାର?

ଜେଇ- ସେମିତି ନାହିଁ, ମୁଁ ଗୋଟେ ପ୍ଲାନ କରୁଛି । କୋଉ ଡେଟରେ କେତେଟାରୁ କେତେଟା, ତା ପାଇଁ ମୋତେ କାମ ରଖିବାକୁ ପଡିବ । କାମକୁ କାମ ହେବ, ଲାଇନକୁ ଲାଇନ କଟିବ । ଆମର ଇନପୁଟ କୁ ଇନପୁଟ ବି ସେଭ ହେବ ।

ଦ୍ୱିତୀୟ ସାମ୍ବାଦିକ- ପ୍ରତି ଘଂଟାକୁ ଆମର ବଜେଟ ହେଲା ୨୦ ହଜାର । ଘଂଟାଏ କାଟିଲେ ଆମେ ୨୦ ହଜାର ଦେଇଦେବୁୁ । ଏମିତି ଆମେ ୧୦ ଥରର ପ୍ଲାନ ରଖିଛୁ । ଗୋଟିଏ ଜାଗା ପାଇଁ ଆମେ ୨ ଲକ୍ଷ ଟଙ୍କା ରଖିଛୁ । ୧୦ ଥର ଆପଣ ଯେତେବେଳେ ବି କାଟିଦେବେ ଆମେ ଆପଣଙ୍କୁ ପେମେଂଟ କରିଦେବୁ ।

ପ୍ରଥମ ସାମ୍ବାଦିକ- ଆମେ ଆପଣଙ୍କୁ ଇନଫର୍ମ କରିଦେବୁ । ସାର ଏଇ ଟାଇମରୁ ଏଇ ଟାଇମ ଆପଣ କାଟିଦେବେ । ଥରେ, ଦୁଇଥର କାମ୍ପାନିକୁ ଦେଖିବାକୁ ପଡିବ ସାର ।

ଜେଇ- ଦିନବେଳା ହେବନି?

ଦ୍ୱିତୀୟ ସାମ୍ବାଦିକ- ଦିନବେଳା ବି ଠିକ ହେବ । ଖରାବେଳେ ଲୋକ ଘରେ ଶୋଉଛନ୍ତି, ଖରାଦିନ ନା ।

ଜେଇ- ୩ଟାରୁ ୪ଟା, ଉପରବେଳା ଲୋକ ରେଷ୍ଟ ଫେଷ୍ଟ ନେଉଥିବେ ଏଇଟା ଠିକ ହେବ । ଆଉଗୋଟେ ହେଲା ସଂଧ୍ୟା ୭ରୁ ୮ । ଆଉଗୋଟେ ହେଲା ସକାଳୁଆ ।

ପ୍ରଥମ ସାମ୍ବାଦିକ- ୭ଟାରୁ ୮ଟା ଗୋଟେ ଆପଣ ତିନିଥର ଖଣ୍ଡେ କାଟିକି ଆମକୁ ଦେଇଦେବେ, ଏନଫ । ୭ଟାରୁ ୮ଟା ୩ରୁ ୪ଥର ଖଣ୍ଡେ କାଟିଦେବେ ।

ଦ୍ୱିତୀୟ ସାମ୍ବାଦିକ- ମୋଟ ୧୦ ଥରର ବ୍ୟବସ୍ଥା ରଖନ୍ତୁ । ସକାଳ ବେଳା ବଜେଟ୍ ଟିକେ କମ୍ ଆସିବ । ସକାଳେ ହେଲେ ୧୫ ହଜାର ଆପଣଙ୍କ ପାଇଁ । ସଂଧ୍ୟା ସମୟରେ ହେଲେ ୨୦ ହଜାର ଅଛି । ଆପଣ ଡିସାଇଡ କରନ୍ତୁ ୧୦ ଥର ସକାଳୁ ହେଉ କି ସଂଧ୍ୟାରେ ।

ଜେଇ- ରୁରାଲ ଏରିଆ ନା ଅର୍ବାନ ଏରିଆ?

ଦ୍ୱିତୀୟ ସାମ୍ବାଦିକ- ନା ଅର୍ବାନ ଏରିଆ । ସେମି ଆର୍ବାନ, ଅର୍ବାନ ଏରିଆ । ରୁରାଲରେ ତ ସେଲ ନାହିଁ ନା । ଆପଣ ଆମକୁ ଏରିଆ ଖାଲି କହିଦେବେ ।

ପ୍ରଥମ ସାମ୍ବାଦିକ- କୋଉ ଏରିଆ କଟିଲା ଆପଣ କହିଦେବେ, ଆମେ ଆମ ପିଲା ସେଠିକି ପଠେଇ ଦେବୁ ।

ଜେଇ- ମନେକର ଗୋଟେ ଏରିଆରେ ଲାଇନ କଟିଯିବ ଆଉ ପିଲା ପଠେଇବେ, ତାହା ହେଲେ ଲୋକଙ୍କ ସନ୍ଦେହ ବଢିଯିବ ।

ଦ୍ୱିତୀୟ ସାମ୍ବାଦିକ- ଖରାବେଳେ ବା ଦିନରେ ଯଦି ଆପଣ କାଟୁଛନ୍ତି, ଏବେ ଯୋଉ ସମୟ ଅଛି ଋତୁ ବାବୁ ଏବେ ଗରମ ନାହିଁ କି ଥଣ୍ଡା ନାହିଁ । ଏବେ ହ୍ୟୁମିଡିଟି ଅଛି । ଏବେ ଆପଣ ପାୱାର କଟ୍ କଲେ ଲୋକଙ୍କୁ ପ୍ରବଳ ରାଗ ଆସିବ । ତେଣୁ ଆମେ ନୂଆ ପ୍ଲାନ କରିଛୁ । ଖରାଦିନେ ତ ସବୁ କମ୍ପାନିର ପ୍ଲାନ ଆଉ ପ୍ରଡକ୍ଟ ଚାଲୁଛି । ଶୀତରେ କାହାର ପ୍ଲାନ ନଥାଏ ।

ଜେଇ- ମୁଁ ଆପଣଙ୍କ ସହିତ କଥା ହେବି ତ? ଆପଣଙ୍କ ନମ୍ବରଟା ଟିକେ ଦେଉ ନାହାନ୍ତି ।

ପ୍ରଥମ ସାମ୍ବାଦିକ- ଆପଣଙ୍କୁ ରିଂ କରିଥିଲି ସାର । ସେଭ କରିଛନ୍ତି । ମୋବାଇଲରେ ସେଭ କରିଛନ୍ତି ।