ପୁରୀ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା : ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ

138

କନକ ବ୍ୟୁରୋ: ପୁରୀ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ହଣାକଟା । ଘଟଣାରେ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପ୍ରଥମେ ଗୁରୁତରଙ୍କୁ ସଦରମେଡିକାଲରେ ଭର୍ତି କରାଯାଇଥିଲା । ପରେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ସୂଚନା ରହିଛି ।

ଶ୍ରୀମନ୍ଦିରଠୁ ପ୍ରାୟ ୨ କିଲୋମିଟର ଦୂରରେ ଘଟିଛି ଅଘଟଣ । ପୋଲିସକୁ ଦୁର୍ବୃତ ଖୋଲା ଚାଲେଞ୍ଜ କରିଛନ୍ତି । । ସୂଚନା ଅନୁସାରେ ଦୁଇ ଦିନ ତଳେ ପୁରୀ ସହରରେ ଦୁର୍ବୃତମାନେ କିଭଳି ଖୁଲମଖୁଲା ଆତଙ୍କରାଜ ଚଳାଇଥିଲେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା । ମୁହଁରେ କପଡା ବାନ୍ଧି ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରତିପକ୍ଷଙ୍କୁ ଆକ୍ରମଣ କରିଥିଲେ କିଛି ଯୁବକ । ଦୁଇଟି ବାଇକରେ ଆସିଥିବା ପ୍ରାୟ ୬ ଜଣ ଦୁର୍ବୃତ୍ତ କିଛି ସମୟ ଧରି ପୁରୀ ଗୁଡିଆ ସାହିରେ ଏଭଳି ଆତଙ୍କ ଖେଳାଇଥିଲେ । ଗୋଡାଇ ଗୋଡାଇ, ଘର ଭିତରେ ପଶି ଭୁଜାଲିରେ ହାଣୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ।