କୁନି ପିଲାର ଖାଇବା ଥାଳିରେ କେବଳ ଶୁଖିଲା ଭାତ । ଲୋଭର ନଗ୍ନ ଚିତ୍ର, ମାତ୍ର କିଛି ଟଙ୍କା ପାଇଁ ଥାଳିରୁ ଉଭାନ ହୋଇଗଲା ଡାଲି ଓ ଅଣ୍ଡା : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ

1,249

କନକ ବ୍ୟୁରୋ : ଏବେ ଦେଖିବା ଏଭଳି ଏକ ଖବରରୁ ଯାହା  ହୁଏତ ଓଡ଼ିଶାର ବିବେକକୁ ଦୋହଲାଇ ଦେବ । ଖାଇବା ପାଇଁ କୁନି ପିଲାଟିଏ ଥାଳି ବଢ଼ାଉଛି, ଆଉ ଥାଳିରେ ବାଢ଼ି ଦିଆଯାଉଛି କେବଳ ଶୁଖିଲା ଭାତ । ନା’ ଡାଲି ନା ଅଣ୍ଡା । ଆଉ ଏହି ଶୁଖିଲା ଭାତକୁ ମୁଢ଼ି ଭଳି ଚୋବାଇକାବୁ ବାଧ୍ୟ ହେଉଛି ଅନଙ୍ଗୱାଡି କେନ୍ଦ୍ରକୁ ପାଠ ପଢ଼ିବାକୁ ଆସିଥିବା କୁନି ଝିଅ । କେବଳ ଜଣେ ନୁହେଁ ସେଇ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଖିଲା ଭାତ ଖାଇବାକୁ ପଡ଼ିଛି । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ୍ ଧାମନାଗୁଡ଼ା ଅଙ୍ଗନୱାଡି କେନ୍ଦ୍ରରୁ ।

ସୂଚନା ଅନୁସାରେ ଏହି ଦିନ ଶିଶୁମାନଙ୍କୁ ଭାତ ସହ ଅଣ୍ଡା ତରକାରୀ ଦେବାର ଖାଦ୍ୟ ସାରାଣୀରେ ଉଲ୍ଲେଖ ରହିଛି । ଘଟଣା ସଂପର୍କରେ ଯେତେବେଳେ ଆମ ନବରଙ୍ଗପୁର ପ୍ରତିନିଧି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ ସାମ୍ନାକୁ ଆସିଥିଲା ଖବର ପଛର ପୁରା କାହାଣୀ ଘଟଣା ଦିନ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଲକୁଲ ଯାଇନଥିଲେ ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ ମୋନାଇ ଭତ୍ରା । ଗାଁ ଲୋକଙ୍କ ଅଭିଯୋଗ ହେଉଛି-ମୋନାଇ ଭତ୍ରା ନିୟମିତ ଅଙ୍ଗନୱାଡି ମଧ୍ୟ ଆସନ୍ତି ନାହିଁ କିମ୍ବା ଖାଦ୍ୟ ସାରିଣୀ ଅନୁସାରେ ଖାଦ୍ୟ ମଧ୍ୟ ଦିଅନ୍ତି ନାହିଁ । କିଛି ଟଙ୍କା ପାଇଁ ପିଲାଙ୍କ ପେଟରୁ ମଧ୍ୟ କାଟିବାକୁ ପଛାଉ ନାହାଁନ୍ତି ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ ।

Comments are closed.