ଆବାସ ଯୋଜନା : ତାଲିକା ଦେଖି ଜଳକା; ୯ହଜାର ଲୋକଙ୍କ ମଧ୍ୟରୁ ଜଣେ ମାତ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ, ଏହିସବୁ ଥିଲେ ମିଳିବନି ଘର

47,389

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯ ହଜାର ଲୋକଙ୍କ ମଧ୍ୟରୁ ଜଣେ ମାତ୍ର ଯୋଗ୍ୟ ହିତାଧିକାରୀ । ପୁରୀ କଣାସ ଗଡସାହି ପଞ୍ଚାୟତ କାନ୍ଥରେ ସରକାରଙ୍କ ତରଫରୁ ସାମ୍ଭବ୍ୟ ତାଲିକା ଲଗାଯାଇଛି । ଏହାପରେ ସ୍ଥାନୀୟ ଲୋକମାନେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ୯ ହଜାର ଲୋକଙ୍କ ଭିତରୁ ୪ ହଜାର ଭୋଟର ଅଛନ୍ତି । ଏତେ ଲୋକଙ୍କ ଭିତରେ କିନ୍ତୁ ମାତ୍ର ଜଣେ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି । ବାତ୍ୟା ଫୋନିରେ ବି ଅନେକ ଲୋକଙ୍କ ଘର ଭାଙ୍ଗିଥିଲା ।

ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ସରକାରୀ ବାବୁମାନେ ଘର ଘର ବୁଲି ତଦନ୍ତ କରିଥିଲେ । ଲୋକେ ୩ ବର୍ଷ ପରେ ସରକାର ଘର ଖଣ୍ଡେ ଦେବେ ବୋଲି ଆଶା ରଖିଥିଲେ । କିନ୍ତୁ ଏପରି ତାଲିକା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଡସାହି ପଞ୍ଚାୟତ ସରପଞ୍ଚ ବିଭୁତି ଭୁଶଣ ବେବର୍ତା କହିଛନ୍ତି ସାମ୍ଭବ୍ୟ ଯୋଗ୍ୟ ତାଲିକାରେ ମାତ୍ର ଜଣକଂ ଲିଷ୍ଟ ରହିଛି । ପଞ୍ଚାୟତ ବାସି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଖି ଦୁଃଖିତ । ୨୦୦ରୁ ଅଧିକ ଲୋକେ ଘର ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି । ହେଲେ ସରକାର କେଉଁ ଆଧାରରେ ଜଣଙ୍କୁ ଯୋଗ୍ୟ ବୋଲି ବିବେଚିତ କଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଘର ପାଇବାକୁ ମାପଦଣ୍ଡ

ବାଇକ୍/ ସ୍କୁଟି କି ମାଛ ଧରା ଡ଼ଙ୍ଗାଟିଏ ଥଲେ ଘର ପାଇବେ ନାହିଁ
ଟିଭି/ ୱାସିଂ ମେସିନ୍ ଥିଲେ ଘର ପାଇବାକୁ ଯୋଗ୍ୟ
ଫ୍ରିଜ୍ ଥିଲେ ଅଯୋଗ୍ୟ ହେବେ
ଝୁମ୍ପୁଡି ଘର ଥାଇ ଫ୍ରିଜ ଥିଲେ ଅଯୋଗ୍ୟ
ତିନି ଚକିଆ ଅଟୋ, ଚାରି ଚକିଆ ଗାଡ଼ି, ଚାରିଚକିଆ କୃଷି ଯନ୍ତ୍ରାଂଶ ଥିଲେ ମିଳିବ ନାହିଁ
କିଷାନ କ୍ରେଡିଟ୍ କାର୍ଡରେ ୫୦ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍ ଥିଲେ ମିଳିବନି
ପରିବାରର ଜଣେ ସଦସ୍ୟ ସରକାରୀ ଚାକିରିଆ ହୋଇଥିଲେ ମିଳିବ ନାହିଁ
୫ ଏକରରୁ ଅଧିକ ଜଳସେଚିତ ଜମି ରଖିଥିବେ, ୭.୫ଏକରରୁ ଅଧିକ ଜମିର ମାଲିକ ହୋଇଥବେ ଏବଂ ଜଳସେଚନ ଯନ୍ତ୍ରାଂଶ ଥିବା ଘର ମିଳିବନି