ପିଆଜ କିଣିଲା ବେଳେ ଆଖିରୁ ବାହାରୁଛି ଲୁହ । କେଉଁଠି ୫୦ ତ କେଉଁଠି ୬୦ ଛୁଇଁଲାଣି ଦର, ୭ ଦିନରେ ବଢିଛି ୨୫ ଟଂକା କିଲୋପ୍ରତି ଦର

520

କନକ ବ୍ୟୁରୋ : ପୁଣି କନ୍ଦାଉଛି ପିଆଜ, ରୋଷେଇଘରୁୁ ହେଲାଣି ଉଭାନ । ପିଆଜ ଦର ଅହେତୁକ ଭାବେ ବଢ଼ିବା ପରେ ଏହା ରୋଷେଇଘରୁ ଏକ ପ୍ରକାର ଉଭାନ ହେବାକୁ ବସିଛି ।ପିଆଜ କିଲୋ ପିଛା ଭୁବନେଶ୍ୱରରେ ୫୦, ବ୍ରହପୁରରେ ୫୫ , ଦେବଗଡରେ ୬୦, କନ୍ଧମାଳରେ ୬୦,ଖୋର୍ଦ୍ଧାରେ ୫୫ , ଅସ୍ତରଙ୍ଗରେ ୫୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହକ ଭିତରେ ପିଆଜ ଦର ପ୍ରାୟ ୨୦ରୁ ୨୫ ଟଙ୍କା ବଢ଼ିଲାଣି । ମୁମ୍ବାଇ ଓ ପୁଣେରେ ପ୍ରବଳ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି ।

ONION PRICEମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଥିବାରୁ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି । ଫଳରେ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହାସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ । ଟ୍ରାଫିକ୍ ନୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପିଆଜ ଦର ଅଲଗା ଅଲଗା ରହିଛି ।