ସମୁଦ୍ରରେ ଖସିଲା ଓଏନଜିସି ହେଲିକପ୍ଟର, ଦୁର୍ଘଟଣାରେ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

176

କନକ ବ୍ୟୁରୋ: ଆରବ ସାଗରରେ ଓଏନ୍ଜିସି ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ୱ ବିଜ୍ଞନୀ ସତ୍ୟମବଦା ପାତ୍ରଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମାଲକାନଗିରିରେ । ଓଏନ୍ଜିସିର ଏକ ହେଲିକପ୍ଟର ବମ୍ବେ ଉପକୂଳରୁ ୬୦ ନଟିକାଲ ମାଇଲ୍ ଦୂରରେ ଆରବ ସାଗରରେ ଖସିପଡ଼ିଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ସେପଟେ ସତ୍ୟମବଦାଙ୍କୁ ହରାଇ ପରିବାର ଲୋକ ଓ ପୁରା ଗାଁ ଝୁରୁଛି । ଗୋଟିଏ ବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି ।

ଡି ହେଲିପ୍ଟର ୯ ଜଣଙ୍କୁ ଧରି ଉଡ଼ିଚାଲିଥିଲା । ମୁମ୍ବାଇ ଠାରୁ ୬୦ ନଓଟିକାଲ ମାଇଲ ଦୁରରେ ଥିବା ସାଗର କିରଣ ରିଗ ଥିଲା ଗନ୍ତବ୍ୟ ସ୍ଥଳ । ସେଠାରେ ପହଂଚିବାକୁ ଆଉ ପ୍ରାୟ ୨ ମିନିଟ ସମୟ ଲାଗିଥାନ୍ତା, ହେଲେ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ଏପରି ସ୍ଥିତିରେ ପାଇଲଟ ଜଣକ ସମୁଦ୍ର ପାଣିରେ ହିଁ ହେଲିକପ୍ଟରର ଜରୁରୀ ଅବତରଣ କରାଇବାକୁ ଚେଷ୍ଟା କଲେ । ହେଲେ ଏହି ଅବତରଣ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ଥ ହେଲା । ଏଥିରେ ଓଡ଼ିଆ ଭୂତତ୍ୱବିଜ୍ଞାନୀ ସତ୍ୟମବଦା ପାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଘର କାଂଥରୁ ଲିଭିନି ବିବାହ ସମୟର ଲେଖା, ହେଲେ ପର କରି ଆରପାରିକୁ ଚାଲିଗଲେ ସତ୍ୟମବଦା । ମାଲାକନଗିରି ସଦର ମହକୁମାର ଯୁବକ ସତ୍ୟମବଦା ପାତ୍ର । ଓଏନଜିସି କମ୍ପାନୀ ରେ ସତ୍ୟମବଦା ଜଣେ ଭୁତତ୍ୱ ବିଜ୍ଞାନୀ ଭାବେ କାମ କରୁ ଥିଲେ । ସତ୍ୟମବଦା ମାଲକାନଗିରି ସଦର ମହକୁମାରେ ପାଠ ପଢି ଏନଆଇଟି ପାସ କରି ୩ ବର୍ଷ ହେଲା ଓଏନଜିସି ରେ ଚାକିରି କରିଥିଲେ । ଗତ ବର୍ଷ ସତ୍ୟମବଦାଙ୍କ ବାହା ଘର ହୋଇ ଥିବା ବେଳେ ତାଙ୍କ ପତ୍ମୀ ଏବେ ଗର୍ଭବତୀ ଥିବା ଜଣା ପଡିଛି ସତ୍ୟମବଦାଙ୍କ ବାପା ବରିଷ୍ଠ କିରାଣୀ ଭାବେ କାମ କରୁ ଥିବା ବେଳେ ମା ଜଣେ ଶିକ୍ଷୟତ୍ରୀ । ସତ୍ୟମବଦାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା । ସତ୍ୟମବଦାଙ୍କୁ ଝୁରି ହେଉଛନ୍ତି ପରିବାର ଲୋକ, ସାଙ୍ଗସାଥୀ ଓ ପୁରା ଗାଁ ।