ରେଳ ଧାରଣା ଉପରେ ମା’ ହାତରୁ ଖସି ପଡିଲା ଶିଶୁ : ବର୍ଷକର ଶିଶୁ ଉପରେ ମାଡିଗଲା ଟ୍ରେନ୍, ତା’ପରେ…

୩୦ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ମିଳିଛି ।

609

ମଥୁରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମଥୁରା ରେଳବାଇ ଷ୍ଟେସନର ରେଳ ଧାରଣାରେ ଜଣେ ବର୍ଷକର ଶିଶୁ କନ୍ୟା ଶୋଇଥିବାବେଳେ ସେହି ସମୟରେ ଟ୍ରେନଟି ଉପର ଦେଇ ଯାଇଥିଲେ ବି ସୌଭାଗ୍ୟବଶତଃ ଶିଶୁଟି ବଞ୍ଚିଯାଇଥିବା ଦେଖିବାକୁ ମିଳିଛି। ଏଏନଆଇ ପକ୍ଷରୁ ପୋଷ୍ଟ୍ ହୋଇଥିବା ଭିଡିଓଟିରେ ଦେଖିବାକୁ ମିଳିଛି ଯେ ରେଳଟି ଧାରଣାରେ ଯାଉଥିବା ସମୟରେ ଶିଶୁଟି ସେହି ଧାରଣା ଉପରେ ଶୋଇରହିଛି।

ଟ୍ରେନଟି ଷ୍ଟେସନ୍ ଛାଡ଼ିବା ପରେ ସେଠାରେ ଥିବା ଲୋକେ ରେଳ ଧାରଣା ଉପରକୁ ଡେଇଁ ପଡ଼ି ଶିଶୁଟିକୁ ଉଠାଇ ଆଣିଥିଲେ। ୩୦ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ମିଳିଛି। ଉଦ୍ଧାର କରିଥିବା ବ୍ୟକ୍ତି ଜଣକ ଶିଶୁଟିକୁ ଉଦ୍ଧାର କରିବା ପରେ ତା’ ବାପା ମା’ଙ୍କୁ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଶିଶୁଟିକୁ ଶିଶୁଟିର ମାଆ ଧରିଥିବାବେଳେ ସେ ତାଙ୍କ ହାତରୁ ଖସି ପଡ଼ି ଟ୍ରେନ୍ ଭିତରେ ଥିବା କଣା ଜାଗା ଦେଇ ତଳକୁ ଖସିପଡ଼ିଥିଲା।