କେନ୍ଦ୍ରାପଡ଼ା ପୌର ରାଜନୀତି : ନଗରପାଳ ପାଇଁ ୩୦ ବର୍ଷ ତଳେ ଥରୁଟିଏ ହୋଇଛି ପ୍ରତ୍ୟକ୍ଷ ନିର୍ବାଚନ, କିଛି ଏମିତି ଢଙ୍ଗରେ ହୋଇଥିଲା ଲଢେଇ ।

170

କନକ ବ୍ୟୁରୋ : ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ନଗରପାଳ ପାଇଁ ମାତ୍ର ଥରୁଟିଏ ପ୍ରତ୍ୟକ୍ଷ ନିର୍ବାଚନ ହୋଇଛି। ଅର୍ଥାତ୍‌ ସହରବାସୀ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ନଗରପାଳ ଆସନରେ ବସାଇବାର ସୁଯୋଗ ପାଇଛନ୍ତି। ୧୯୯୨ମସିହାରେ ହୋଇଥିବା ଏହି ନିର୍ବାଚନରେ ପାଞ୍ଚ ଜଣ ପ୍ରାର୍ଥୀ ବିଭିନ୍ନ ଦଳରୁ ନଗରପାଳ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।  ହେଲେ ଅସଲ ଲଢେ଼ଇ ଜନତା ଦଳ ଓ କ˚ଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା। ବାଜି ମାରିଥିଲେ ଜନତା ଦଳ ପ୍ରାର୍ଥୀ ବିଜୟକୃଷ୍ଣ ସାହୁ। କ˚ଗ୍ରେସ ପ୍ରାର୍ଥୀ ପ୍ରବୀର ମହାନ୍ତିଙ୍କୁ ପାଖାପାଖି ଛଅ ଶହ ଭୋଟ୍‌ ବ୍ୟବଧାନରେ ହରାଇ ବିଜୟକୃଷ୍ଣ କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ହୋଇଥିଲେ। ଏହାପରଠାରୁ ଆଉ କେବେ ନଗରପାଳ ପାଇଁ ସିଧାସଳଖ ଭୋଟ୍‌ ହୋଇନାହିଁ।

ସବୁଥର ପରୋକ୍ଷ ବ୍ୟବସ୍ଥାରେ ସ˚ଖ୍ୟାଗରିଷ୍ଠତା ହାସଲ କରିଥିବା ଦଳର ନିଷ୍ପତି ଆଧାରରେ ହିଁ କାଉନସିଲରମାନଙ୍କ ମଧ୍ୟରୁ  ଜଣଙ୍କୁ ନଗରପାଳ ଆସନରେ ବସାଯାଇଛି। ଏବେ ଯେତେବେଳେ ସରକାର ପୁଣି ଥରେ ମ୍ୟୁନିସିପାଲଟି ଅଧ୍ୟକ୍ଷ ନିର୍ବାଚନ ପ୍ରତ୍ୟକ୍ଷ ବ୍ୟବସ୍ଥାରେ ସିଧାସଳଖ କରିବାକୁ ନିଷ୍ପତି  ନେବା ସହିତ ଲୋକମାନଙ୍କ ମତାମତ ଏହି ପ୍ରସଙ୍ଗରେ ମାଗିଛି, ସେତେବେଳେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ନଗରପାଳ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା ଏବେଠୁ ଜୋର୍େ‌ ଧରିଲାଣି। ବିଜୟକୃଷ୍ଣ ସାହୁ ୧୯୯୨ରେ ଯେତେବେଳେ ସହରବାସୀଙ୍କ ଦ୍ୱାରା ନିର୍ବାଚିତ ହୋଇ ନଗରପାଳ ହୋଇଥିଲେ, ସେତେବେଳେ କେନ୍ଦ୍ରାପଡ଼ା ପୌରପାଳିକାର ଓ୍ୱାର୍ଡ ସ˚ଖ୍ୟା ଥିଲା ୨୦। କେନ୍ଦ୍ରାପଡ଼ା ଜିଲ୍ଲା ବି ଗଠନ ହୋଇନଥିଲା।

କଟକ ଜିଲ୍ଳା ଅଧୀନରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ ନଗରପାଳ ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜନତା ଦଳ ବିଜୟକୃଷ୍ଣ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କ˚ଗ୍ରେସରୁ ପ୍ରବୀର ମହାନ୍ତି, ବିଜେପିରୁ ବୈଦ୍ୟନାଥ ଚାଟାର୍ଜୀ, ସିପିଆଇଏମରୁ ନଳିନୀକାନ୍ତି ତ୍ରିପାଠୀ ଏବ˚ ସ୍ୱାଧୀନ ଭାବେ ଗୋପାଳ ଅଗ୍ରଓ୍ୱାଲ୍‌ ଲଢ଼ୁଥିଲେ। କଡ଼ା ମୁକାବିଲା କିନ୍ତୁ ଜନତା ଦଳର ପ୍ରାର୍ଥୀ ଓ କ˚ଗ୍ରେସ ପ୍ରାର୍ଥୀ ମଧ୍ୟରେ ହୋଇଥିଲା। କାହାକୁ କେତେ ଭୋଟ୍‌ ମିଳିଥିଲା, ସେ ତଥ୍ୟ ଯଦିଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ଉପଲବ୍ଧ ନାହିଁ; କିନ୍ତୁ ସେତେବେଳେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ମତକୁ ବିଶ୍ୱାସକୁ ନେଲେ ବିଜୟକୃଷ୍ଣଙ୍କୁ ୭ହଜାରରୁ ଅଧିକ ଭୋଟ୍‌ ମିଳିଥିବା ବେଳେ କ˚ଗ୍ରେସର ପ୍ରବୀର ମହାନ୍ତିଙ୍କ ଖାତାରେ ୬ ହଜାରରୁ ଅଧିକ ଭୋଟ୍‌ ପଡ଼ିଥିଲା।

ବିଜୟକୃଷ୍ଣଙ୍କ ବିଜୟ ବ୍ୟବଧାନ ପାଖାପାଖି ଛଅ ଶହ ଥିଲା ବୋଲି କୁହାଯାଉଛି। ସେହିପରି ୨୦ଟି ଓ୍ୱାର୍ଡରୁ ୧୨ଟିରେ ଜନତା ଦଳ ଏବ˚ ୮ଟିରେ କ˚ଗ୍ରେସ ବିଜୟୀ ହୋଇଥିଲା ବୋଲି ସୂଚନା ମିଳିଛି। ସବୁଠୁ ଚର୍ଚ୍ଚାର ବିଷୟ ସେତେବେଳେ ହୋଇଥିଲା ସ୍ୱାଧୀନ  ଭାବେ ଫଳନ୍ତି ନଡ଼ିଆଗଛ ଚିହ୍ନରେ ଲଢ଼ିଥିବା ଗୋପାଳ ଅଗ୍ରଓ୍ୱାଲ୍‌ଙ୍କ ପ୍ରାର୍ଥିତ୍ୱକୁ ନେଇ। ଗୋପାଳ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଭାଇ ଏବ˚ ଯେତେବେଳେ ଏହି ନିର୍ବାଚନ ହୋଇଥିଲା, ସେତେବେଳେ ବେଦୁ ବାବୁ ଅର୍ଥମନ୍ତ୍ରୀ ଥିଲେ। ତେଣୁ ତାଙ୍କ ଭାଇ ପୌର ନିର୍ବାଚନରେ ନଗରପାଳ ଆସନ ପାଇଁ ଲଢ଼ିବା ସେ ସମୟରେ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ଜନତା ଦଳ ଟିକଟ୍‌ ପାଇଁ ସେ ଅନ୍ୟତମ ଦାବିଦାର୍ହ‌ ଥିଲେ। ମାତ୍ର ଦଳ ତାଙ୍କୁ ଟିକଟ୍‌ ନ ଦେଇ ବିଜୟକୃଷ୍ଣ ସାହୁଙ୍କୁ ପ୍ରାର୍ଥୀ କରିବାରୁ ସେ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ଲଢ଼ିଥିଲେ। ତେବେ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟକୃଷ୍ଣ ସାହୁ ନିର୍ବାଚିତ ହେବା ପରଠାରୁ ଆଉ କେବେ ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇନାହିଁ। ଏହାପରେ ତିନି ଥର ୧୯୯୭, ୨୦୦୬ ଓ ୨୦୧୧ରେ ପୌର ନିର୍ବାଚନ ହୋଇଛି। କିନ୍ତୁ ନଗରପାଳଙ୍କୁ ସିଧାସଳଖ ବାଛିବାର ସୁବିଧା ପାଇନାହାନ୍ତି ସହରବାସୀ। ସବୁଥର ପରୋକ୍ଷ ବ୍ୟବସ୍ଥାରେ ନଗରପାଳ ନିର୍ବାଚନ ହୋଇଛି। ଦଳୀୟ ନିଷ୍ପତ୍ତି ଆଧାରରେ କାଉସିଲରମାନେ ନଗରପାଳଙ୍କୁ ନିର୍ବାଚିତ କରିଛନ୍ତି।

୧୯୯୭ରେ କ˚ଗ୍ରେସରୁ ପ୍ରବୀର ମହାନ୍ତି, ୨୦୦୬ରେ ବିଜେଡି-ବିଜେପି ମେଣ୍ଟରୁ ରୋତ୍ସ୍ନା ସାହୁ ଏବ˚ ୨୦୧୧ରେ ବିଜେଡିରୁ ଧୀରେନ୍‌ ସାହୁ କାଉନସିଲର‌ରୁ ପରୋକ୍ଷ ନିର୍ବାଚନ ବ୍ୟବସ୍ଥାରେ ନଗରପାଳ ହୋଇଥିଲେ। ଅର୍ଥାତ୍‌ ନିର୍ବାଚିତ କାଉନସିଲର୍ଉ‌ ଭୋଟ୍‌ ଜରିଆରେ ଏମାନେ ନଗରପାଳ ଆସନରେ ବସିଥିଲେ। ଏବେ ସରକାର ପରୋକ୍ଷ ବ୍ୟବସ୍ଥା ବନ୍ଦ କରି ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା କରିବା ପାଇଁ ଲୋକଙ୍କ ମତାମତ ମାଗିବା ପରେ କେନ୍ଦ୍ରାପଡ଼ାରେ ପୌର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ଯଦିଓ ପୌର ନିର୍ବାଚନ କେବେ ହେବ, ସେ ସ˚କ୍ରାନ୍ତରେ ସରକାର ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ଏ ସ˚ପର୍କିତ ବିଜ୍ଞପ୍ତି ପ୍ରକାଶ ପରେ ନଗରପାଳ ଆସନକୁ ନେଇ ତିନି ପ୍ରମୁଖ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଲାଣି। ଦଳମତ ନିର୍ବିଶେଷରେ ଅନେକ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ଏହାଦ୍ୱାରା ଘୋଡ଼ା ବେପାର ହେବ ନାହିଁ; ବର˚ ନଗରପାଳଙ୍କର ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ ବଢ଼ିବା ସହିତ ଦୃଷ୍ଟିଭଙ୍ଗୀ ନିଜ ୱାର୍ଡ ପ୍ରତି ନ ରହି ସାରା ସହର ପ୍ରତି ରହିବ ଏବ˚ ବିକାଶ ତ୍ୱରାନିତ୍ୱ ହୋଇପାରିବ ବୋଲି ବୋଲି ମତ ଦେଉଛନ୍ତି। ଏ ପ୍ରକାର ପରିସ୍ଥିତିରେ ନଗର ଉନ୍ନୟନ ବିଭାଗ ପ୍ରତ୍ୟକ୍ଷ ନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ସହିତ ଲୋକଙ୍କ ମତାମତ ମାଗିବା ପରେ କେନ୍ଦ୍ରାପଡ଼ାରେ ପୌର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଲାଣି। ଯଦିଓ ପୌର ନିର୍ବାଚନ କେବେ ହେବ, ସେ ନେଇ ସରକାର ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି; କିନ୍ତୁ ପ୍ରାକ୍‌ ପ୍ରସ୍ତୁତି ପରେ ନଗରପାଳ ଆସନକୁ ନେଇ କେନ୍ଦ୍ରାପଡ଼ାରେ ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କ˚ଗ୍ରେସରେ ବି ଆଶାୟୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଲାଣି। ଏବେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତି ଉପରେ ସଭିଙ୍କ ନଜର ରହିଛି।