ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ

ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି  । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ

କନକ ବ୍ୟୁରୋ : ଧର୍ମଗଡ ବିଧାନସଭା ନିର୍ବାଚନୀ କ୍ଷେତ୍ରରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୌସୁଧୀ ବାଗ ବିଜୟୀ ହୋଇଥିଲେ । ୨୦୦୪, ୨୦୦୯, ୨୦୧୪ରେ ମଧ୍ୟ ଏହି ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଆଉ ଏହି ଆସନରୁ ବାରମ୍ବାର ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିବାରୁ ଏଥର ଶାସକ ଦଳରୁ ଟିକେଟ ନେବା ପାଇଁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ଆଶାୟୀ ପ୍ରାର୍ଥୀମାନେ ନାମ ଯଜ୍ଞଠାରୁ ଆରମ୍ଭ କରି ବିବାହ ବ୍ରତରେ ସାମିଲ ହେଉଛନ୍ତି । କ୍ରିକେଟ ଓ ଫୁଟବଲ ଖେଳରେ ଅତିଥି ଭାବେ ଯୋଗ ଦେଉଛନ୍ତି । ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ଲୋକଙ୍କ ସହ ସମ୍ପର୍କ ବଢ଼ାଉଛନ୍ତି ।

୨୦୨୪ରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ରହିଛନ୍ତି, ପୂବର୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବର୍ତ୍ତମାନର ବିଧାୟକ ମୌସୁଧୀ ବାଗ, ଧର୍ମଗଡ ଏନଏସି ଅଧ୍ୟକ୍ଷା ମନିଷା ମିଶ୍ର ।

ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଲମ୍ବିଚାଲିଛି । ବିଶେଷକରି ଲକ୍ଷ୍ମୀକାନ୍ତ ବାଗ, ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜୟ ଦେବ ସାହୁ, ଜନ୍ମେଜୟ ନାୟକ ଓ ଘନଶ୍ୟାମ ଅଗ୍ରୱାଲ ବିଜେପି ଟିକେଟ ପାଇବାକୁ ଆଶାୟୀ ଅଛନ୍ତି ।

କଂଗ୍ରେସ ଦଳରୁ ଗତ ନିର୍ବାଚନରେ ପରାଜିତ ହୋଇଥିବା ଯୁବ ନେତା ଦିଗାମ୍ବର ଦୁରିଆ, ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ଯାଦବ ନେତା ଡାକେଶ୍ୱର ଲହଜଳଙ୍କ ନାମ ଚର୍ଚ୍ଚାରେ ରହିଛି ।

ତେବେ କେଉଁ ଦଳରୁ କାହାକୁ ଟିକେଟ ମିଳିବ ତାହା ଏବେ କହିବା ମୁସ୍କିଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe