କନକ ବ୍ୟୁରୋ : ଦାରୁଢେଙ୍ଗ ଅଞ୍ଚଳରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ଲୋକଙ୍କ ଉପରେ ଚଢିଗଲା ବିଏମସି ଗାଡି । ଭୁବନେଶ୍ୱର ଦାରୁଠେଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ବିଏମସି ଗାଡି ଚଢିଯିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ବେପରୁଆ ଗାଡି ଚାଳନାକୁ ବିରୋଧ କରି ସ୍ଥାନୀୟ ଦାରୁଠେଙ୍ଗବାସୀ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ଗାଗରେଇ । ସେ ତାଙ୍କ ପୁଅ ପାଖକୁ ଯାଉଥିବା ବେଳେ ତାଙ୍କ ଉପରେ ବିଏମସି ଗାଡି ଚଢିଯାଇଛି । ଯେଉଁଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଘଟଣାର ସମାଧାନ ଏବଂ କ୍ଷତିପୁରଣ ନମିଳିବା ଯାଏଁ ଡମ୍ପିଙ୍ଗୟାଡକୁ ଗାଡି ନଛାଡିବାକୁ ଚେତାବନୀ ଦେଇଛନ୍ତି ଲୋକେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us