ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣା : ଅଭିଯୁକ୍ତକୁ ଗିରଫ, କନ୍ଧମାଳ ଏସପିଙ୍କ ସୂଚନା

190

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ଘଟଣା ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ । ଏନେଇ କନ୍ଧମାଳ ଏସପି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ । ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ ।

ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ଆସନ୍ତା ୪ ଦିନ ମଧ୍ୟରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । କୌଣସି ଅଜଣା ଫୋନ କଲରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି ।

ଘଟଣାସ୍ଥଳରେ ପହଂଚିଲେ ବୋମା ନିଷ୍କ୍ରିୟକାରୀ ଟିମ୍, ୮ବନ୍ଧୁକ ଧାରୀ ପୋଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି । ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।