କନକ ବ୍ୟୁରୋ: ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ ଏକ ସୁପାରିଶ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କି ଏହି କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ମାସ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

Advertisment

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଧ ଶନିବାର ଦ୍ୱିପ୍ରହର ୧ଟର ବେଳେ ଭୂବନେଶ୍ୱରେ ପହଂଚିଛନ୍ତି । ଏଠାରେ ସେ ଏଏସବିଏମ ବିଶ୍ୱବିଦ୍ୟାଳୟର ଦକ୍ଷାନ୍ତ ସମାରୋହରେ ଯୋଗ ଦେବେ । ଏହି କ୍ରମରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି କି, କମିଟି ତରଫରୁ ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହେବ ।

ସୂଚନା ଥାଉକି କେନ୍ଦ୍ର ସରକାର ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା, ନଗର ପାଳିକା ଓ ପଞ୍ଚାୟତ ନିର୍ବାଚନ ଏକାସାଥୀରେ କରିବା ନେଇ ଥିବା ସମ୍ଭାବନା ଉପରେ ସୁପାରିଶ କରିବାକୁ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ।

ଏହା ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଗଠିତ କମିଟିର ପ୍ରଥମ ଅଧିକାରୀ ସ୍ତରୀୟ ବୈଠକ ସେପ୍ଟେ୍ମ୍ବର ୬ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମିଲ ହୋଇଥିଲେ । ଏହି ବୈଠକ ୧ଘଣ୍ଟା ଧରି ଚାଲିଥିଲା ।