କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ହେଉଛନ୍ତି କୋବିନ୍ଦ । କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ୭ ସଦସ୍ୟ ରହିଛନ୍ତି । ବୈଠକରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । କମିଟିରେ ଅମିତ୍ ଶାହଙ୍କ ବ୍ୟତୀତ ହରିଶ ସାଲଭେ, ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ଏନ୍ ସିଂହ, ପୂର୍ବତନ ସିବିସି ସଂଜୟ କୋଠାରୀ, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଓ ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ରହିଛନ୍ତି । ତେବେ ଅଧୀର ରଞ୍ଜନ ଚୌଧୁରୀ ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଥିଲେ ।

Advertisment