ଏସିଆନ୍ ଗେମ୍ସରେ ପୁଣି ଚମକିଲେ ଓଡିଆ ଝିଅ ଦୂତି ! ୨୦୦ ମିଟର ରେସରେ ଭାରତକୁ ଦେଲେ ରୌପ୍ୟ ପଦକ ।

45

ଏସୀୟ କ୍ରୀଡାରେ ପୁଣି ଥରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ୧୦୦ ମିଟର ପରେ ମହିଳା ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଦମ ଦେଖାଇଲେ ଓଡିଆ ଦୌଡରାଣୀ ଦୂତି ଚାନ୍ଦ । ଏସିଆନ ଗେମ୍ସର ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ମାତ୍ର ୨୩.୦୨ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିବା ସହ ସେ ପୁଣି ଏକ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ସହ ଏସୀୟ କ୍ରୀଡାରେ ପୁଣି ଥରେ ଚମକିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ ।

ଏହାପୂର୍ବରୁ ମହିଳା ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ଜିତିଥିଲେ ଦୂତି ଚାନ୍ଦ । ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ଜିତି ସୁନାମ ଆଣିଥିଲେ ଏହି ଓଡିଆ ଝିଅ । ତେବେ ୨୦୦ ମିଟର ରେସରେ ଆଉ ଏକ ରୌପ୍ୟ ଜିତିବା ସହ ଏକ ନୂଆ ଇତିହାସ ରଚିଛନ୍ତି ଦୂତି । ଦୂତିଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ଶୁଅ ।