ଯାଜପୁରରୁ ଆଉ ଜଣେ ପଜିଟିଭ୍ । କୋଲତାକା ଫେରନ୍ତା ୫୭ ବର୍ଷୀୟ ପୁରୁଷଙ୍କ ନମୂନା ଆସିଲା ପଜିଟିଭ୍, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ।

1,706

କନକ ବ୍ୟୁରୋ: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଯାଜପୁର ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣଙ୍କ ୫୭ ବର୍ଷିୟ ପୁରୁଷ ଥିବାବେଳେ ସେ କଲିକତା ଫେରନ୍ତା ବୋଲି ଜଣାପଡିଛି । ଆଜି ରାଜ୍ୟରେ ମୋଟ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ କୁ ବୃଦ୍ଧି । ଆଜି ଯାଜପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ଜଣେ ବାଲେଶ୍ୱର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଳାରୁ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଚିଂଛି । ସକାଳୁ ଗଂଜାମ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗଂଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ନୂଆ ଆକ୍ରାନ୍ତ ଜଣକ ୧୮ ବର୍ଷୀୟ ସୁରଟ ଫେରନ୍ତା ଯୁବକ ବୋଲି ଜଣାପଡିଛି । ଯୁବକ କାହା ସଂଶସ୍ପର୍ଶରେ ଆସିଥିଲେ ସେ କଂଟାକ୍ଟ ଟ୍ରେସିଂ ଜାରି ରହିଛି ।

ସବୁଠାରୁ ବଡ଼କଥା ହେଲା କି, ଏପର୍ଯ୍ୟନ୍ତ ଯାଜପୁରରେ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମଧୁସୂଧନନଗର ଅଂଚଳର ୭୭ ବର୍ଷିୟ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ସେପଟେ ବାଲେଶ୍ୱରରେ ଆଜି ଜଣେ ସୁସ୍ଥ ହେବା ସହ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୬୧ ଜଣ ସୁସ୍ଥ ହୋଇଛନ୍ତି ।