କାଳ ହେଲା ମହୋଦଧି ସ୍ନାନ ! ପୁରୀ ସମୁଦ୍ରରେ ଭାସିଗଲେ ୩ ଯୁବକ, ୨ ଜଣଙ୍କୁ ଉଦ୍ଧାର କଲେ ଲୋକେ

34

କନକ ବ୍ୟୁରୋ : କାଳ ହେଲା ମହୋଦଧି ସ୍ନାନ । ସମୁ୍ଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ । ଦିଗବାରେଣୀ ଖୁଂଟି ନିକଟରେ ୩ ଜଣ ଯୁବକ ସମୁଦ୍ରରେ ଭାସି ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଏମାନେ ରାଜସ୍ଥାନର ବୋଲି ଜଣାପଡିଛି । ଉଦ୍ଧାର ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆଜି ଭୋର ସମୟରେ ୧୦ ରୁ ୧୫ ଜଣ ଯୁବକ ଦୁଇଟି କାର ଯୋଗେ ଆସି ଦିଗବାରେଣୀ ଖୁଣ୍ଟି ନିକଟରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବୁଡି ଯାଇଥିଲେ । ଏହି ମାନେ ସବୁ ଛାତ୍ର ବୋଲି ଜଣାପଡିଛି । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ପୁରୀ ସମୁଦ୍ର । ଏପିରିକି ବିଭିନ୍ନ ସ୍ଥାନରେ କୂଳ ମଧ୍ୟ ଲଂଘିଲାଣି ସମୁଦ୍ର । ଅନେକ ସମୟରେ ଅଶାନ୍ତ ରହୁଛି ପୁରୀ ସମୁଦ୍ର । ତେଣୁ ଏପରି ଦୁର୍ଘଟଣା ହେଉଛି ।