କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ୧୧ ମାସରେ ପହଞ୍ଚିଛି । ଏବେ ବି ଘମାଘୋଟ ଲଢ଼େଇ ଚାଲିଛି । କେତେବେଳେ ପ୍ରଚଣ୍ଡ ଆକ୍ରମଣ କରି ଋଷ ସେନା ୟୁକ୍ରେନ ଅଞ୍ଚଳ ଦଖଲ କରିନେଉଛନ୍ତି, ପୁଣି କେତେବେଳେ ୟୁକ୍ରେନ ସେନା ଏହି ଅଞ୍ଚଳକୁ ପୁଟିନ୍ ସେନା ହାତରୁ ଛଡ଼ାଇ ଆଣୁଛନ୍ତି । ହେଲେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ନିକଟରେ ଖବର ପ୍ରକାଶ ପାଇଥିଲା ଯେ, କ୍ରିମିଆକୁ ଋଷ ଠାରୁ ଛଡ଼ାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି ୟୁକ୍ରେନ, ଆଉ ଏଥିପାଇଁ ୟୁକ୍ରେନକୁ ଅଧିକ ମାରାତ୍ମକ ଓ ଘାତକ ଅସ୍ତ୍ର ଯୋଗାଇଦେବାକୁ ଆମେରିକା ଓ ନାଟୋ ଦେଶମାନେ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ସେପଟେ ଋଷ ମଧ୍ୟ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ପଛାଇବ ନାହିଁ ବୋଲିି ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ୍ ।

Advertisment

       ପୁଣି ଥରେ ପରମାଣୁ ଚେତାବନୀ ଦେଲା ଋଷ

  • ୟୁକ୍ରେନକୁ କଡ଼ା ଧମକ ଦେଲେ ପୁଟିନଙ୍କ ସହଯୋଗୀ
  • ଆବଶ୍ୟକ ପଡ଼ିଲେ ଋଷ କରିବ ପରମାଣୁ ଅସ୍ତ୍ର ପ୍ରୟୋଗ
  • ଦିମିତ୍ରି ମେଦଭେଦେଭଙ୍କ ବୟାନକୁ ନେଇ ଚର୍ଚ୍ଚା
  • ଆମେରିକା ଓ ନାଟୋ ଦେଶଙ୍କୁ ଦିମିତ୍ରିଙ୍କ ଚେତାବନୀ
  • ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କର
  • ନହେଲେ ପରିଣାମ ଅତି ଭୟଙ୍କର ହେବ
  • ଦରକାର ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ପଛାଇବ ନାହିଁ ଋଷ୍
  • କ୍ରିମିଆ ଦଖଲ ପାଇଁ ୟୁକ୍ରେନ ପୁଣି ଥରେ ଯୋଜନା କରୁଛି
  • ଏଥିପାଇଁ ଆମେରିକା ୟୁକ୍ରେନକୁ ଯୋଗାଇବ ଅତି ଘାତକ ଅସ୍ତ୍ର
  • ଏହାକୁ ନେଇ ଋଷ୍ ଖପ୍ପା ହୋଇଛି
  • ଦିମିତ୍ରି ମେଦଭେଦେଭ ରାଷ୍ଟ୍ରପତି ପୁଟିନଙ୍କ ଘନିଷ୍ଠ ସହଯୋଗୀ
  • ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଋଷ୍ ରାଷ୍ଟ୍ରପତି ଭାବେ କାମ କରିସାରିଛନ୍ତି
  • ସେ ଏବେ ଋଷ୍ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଅଛନ୍ତି
  • ଋଷ୍ ପକ୍ଷରୁ ଏହା ପ୍ରଥମ ପରମାଣୁ ଧମକ ନୁହେଁ
  • ପୁଟିନ୍ ଆଗରୁ ବାରମ୍ବାର ପରମାଣୁ ଆକ୍ରମଣ କଥା କହିସାରିଛନ୍ତି
  • ଯଦି ଋଷ୍ ପକ୍ଷ ପରମାଣୁ ଆକ୍ରମଣ କରେ, ତାହେଲେ ବିଶ୍ୱଯୁଦ୍ଧର ଆଶଙ୍କା ରହିଛି