ପୁଣି ଧମକାଇଲା ଡ୍ରାଗନ ! ଚୀନ ଗଣମାଧ୍ୟମରେ ଉତ୍ତେଜକ ଲେଖା, ଯୁଦ୍ଧ ପାଇଁ କାଉଂଟଡାଉନ ଆରମ୍ଭ

36

କନକ ବ୍ୟୁରୋ : ଡୋକଲାମ ପ୍ରସଙ୍ଗକୁ ନେଇ ବାରମ୍ବାର ଯୁଦ୍ଧ ଧମକ ଦେଉଛି ଚୀନ । ଏପରିକି ଯୁଦ୍ଧ ପାଇଁ କାଉଂଟ ଡାଉନ୍ ଆରମ୍ଭ ହୋଇଥିବା ମଧ୍ୟ ଚୀନ ବିଦେଶ ବ୍ୟାପାର ବିଭାଗ ମୁଖପାତ୍ର ‘ଚାଇନା ଡେଲି’ରେ ରିପୋର୍ଟ ପ୍ରକାଶ କରିଛି । ଭାରତୀୟ ଯବାନ ପଛକୁ ନହଟିଲେ ଯୁଦ୍ଧ ହେବ ବୋଲି, ଚୀନ ବାରମ୍ବାର ଧମକ ଦେଇ ଆସୁଛି । ଗୋଟିଏ ପଟେ ଭାରତ ଶାନ୍ତି ପାଇଁ ପ୍ରସ୍ତାବ ଦେଉଥିବାବେଳେ, ଚୀନ୍ କିନ୍ତୁ କହିଛି ଆଲୋଚନାର ବାଟ ବନ୍ଦ ହୋଇଯାଇଛି ଏବଂ ଯୁଦ୍ଧ ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି । ଏହାସହ ଚୀନର ଧମକକୁ ଭାରତ ବାରମ୍ବାର ଅଣଦେଖା କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଡୋକଲାମ ବିବାଦରେ ଚୀନ ସେନା ଦେଖାଇଥିବା ସଂଜମତାକୁ ଚୀନର ଦୁର୍ବଳତା ବୋଲି ଭାରତ ଭାବିବା ଅନୁଚିତ ବୋଲି ଏହି ଏଡିଟୋରିଆଲରେ ପ୍ରକାଶ ପାଇଛି । ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଭାରତକୁ ଏହାର ଫଳ ଭୋଗିବାକୁ ହେବ ବୋଲିି ଚୀନ ପୁଣି ଥରେ ଦୋହରାଇଛି । ଡୋକଲାମ ସୀମାକୁ ନେଇ ଦୁଇ ମାସ ହେବ ବିବାଦ ଲାଗି ରହିଥିବାବେଳେ ଏବେ ଏହା ଆଉ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ନାହିଁ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଭାରତ-ଚୀନ ସୀମା ବିବାଦକୁ ନେଇ ଚୀନ ବାରମ୍ବାର ଧମକ ଦେଉଥିବା ବେଳେ ଭାରତୀୟ ସେନା ଦେଶର ସୁରକ୍ଷା ପାଇଁ ଦୃଢ ସମର୍ଥ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ଯେକୌଣସି ପରିସ୍ଥିିତର ସମ୍ମୁଖିନ ହେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଜେଟଲୀ କହିଛନ୍ତି । ୧୯୬୨ଯୁଦ୍ଧ ଭାରତକୁ ବହୁ ଶିକ୍ଷା ଦେଇଛି ।  ଫଳରେ ଭାରତ ନିଜ ସେନାକୁ ଯେକୌଣସି ଧମକର ମୁକାବିଲା କରିବାକୁ ଶକ୍ତିଶାଳୀ କରିଛି । ସ୍ୱାଧିନତା ପରେ ଦେଶ ବହୁ ବିପଦକୁ ସାମ୍ନା କରିଛି ।

୧୯୬୨ ଯୁଦ୍ଧ ବେଳେ ଭାରତୀୟ ସେନା ସଙ୍ଗଠିତ ନଥିଲା । ଆବଶ୍ୟକ ଅସ୍ତ୍ରଶସ୍ତ୍ର ନଥିଲା ଓ ସଂଖ୍ୟାବଳର ଅଭାବ ଥିଲା ବୋଲି ଜେଟଲୀ କହିଛନ୍ତି । ଏହି ଯୁଦ୍ଧ ଭାରତକୁ ସଶକ୍ତ ହେବାକୁ ଶିକ୍ଷା ଦେଇଥିଲା । ଫଳରେ ୧୯୬୫ ଓ ୧୯୭୧ରେ ଭାରତ ସେନାଶକ୍ତିର ଉପଯୁକ୍ତ ପରିଚୟ ଦେଇଛି ବୋଲି ରାଜ୍ୟସଭାରେ କହିଛନ୍ତି ଅରୁଣ ଜେଟଲୀ ।