ଗଣତନ୍ତ୍ର ଦିବସ ପାଇଁ ଆକାଶମାର୍ଗରେ ବାୟୁସେନାର ଦୁଃସାହସିକ କାରନାମା । ୮ହଜାର ଫୁଟ୍ ଉପରୁ ରାଷ୍ଟ୍ରୀୟ ଧ୍ୱଜ ସହ ଡେଇଁ ସୃଷ୍ଟି କଲେ ରେକର୍ଡ
କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପାଇଁ ବାୟୁସେନା ପକ୍ଷରୁ ପ୍ରଦର୍ଶିତ ହୋଇଛି ପ୍ରାୟ ୮ହଜାର ଫୁଟ ଉପରେ ଆକାଶମାର୍ଗରେ ସାହସିକ କାରନାମା । ଭାରତୀୟ ବାୟୁସେନାର ସ୍କାଇଡ୍ରାଇଭ ଟିମ ଆକାଶ ଗଙ୍ଗାର ସଦସ୍ୟମାନେ ୮ହଜାର ଫୁଟ ଉପରୁ ଭାରତୀୟ ଜାତୀୟ ପତାକା ସହ ଡେଇଁ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ଆକାଶ ଗଙ୍ଗାର ଦୁଇଜଣ ସ୍କାଇଡାଇଭର ବିମାନରୁ ଡେଉଁଛନ୍ତି । ତାପରେ ସେମାନଙ୍କର ପାରାଚୁଟ ଖୋଲିଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
On the occasion of #RepublicDay2019 IAF Skydive team #Akashganga, members made a National record in the field of Canopy Relative Work (CRW) by making CRW Handplane (H/P) formation along with the Indian flag measuring 20×30 feet.
Details: https://t.co/9fdPuynEOR@DefenceMinIndia pic.twitter.com/W0W5oDqqy1— Indian Air Force (@IAF_MCC) January 25, 2019
ଉଭୟ ଆକାଶରେ ପରସ୍ପରର ନିକଟତର ହେଉଛନ୍ତି । ଜାତୀୟ ପତାକାର ଉଭୟ ପାଶ୍ୱର୍କୁ ଧରି ଅବତରଣ କରୁଛନ୍ତି । ଏହି ଦୃଶ୍ୟ ଦେଖିଲେ ସମସ୍ତଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ତିଆରି କରୁଛି । ଏହି ସାହସିକତା ପୂର୍ଣ୍ଣ କାର୍ଯ୍ୟକୁ କ୍ୟାମେରାରେ ରେକର୍ଡ କରାଯାଇଛି । ଆଗ୍ରାରେ ବାୟୁସେନା ପକ୍ଷରୁ ଏପରି ପ୍ରଦର୍ଶନ କରାଯାଇଥିଲା ।ବାୟୁସେନା ପକ୍ଷରୁ ଟ୍ୱିଟର ପେଜରେ ଏହି ପୁରା କାରନାମାର ଭିଡିଓ ଅପଲୋଡ କରାଯାଇଛି ।