ବଲିଉଡର ମିଷ୍ଟର ଖିଲାଡି ଅକ୍ଷୟ କୁମାର । ନିଜର ଝିଅର ଜନ୍ମଦିନକୁ ଧୁମ ଧାମରେ ପାଳିଛନ୍ତି । ଝିଅର ଖୁସି ପାଇଁ ସେ ରିଲ୍ ନୁହେଁ ରିୟଲରେ ଜୋକର ଓ କୁମ୍ଭୀର ସାଜି ଖୁସି ବନେଇଛନ୍ତି । ଏହି ରବିବାର ଦିନ ଅକ୍ଷୟଙ୍କ ଝିଅ ନିତାରା ୪ ବର୍ଷର ହୋଇଛି । ଅକ୍ଷୟ ଟ୍ୱିଟରରେ ଝିଅ ନିତାରା ଓ ନିଜର ଏକ ରଙ୍ଗ-ବେରଙ୍ଗର ଫଟୋ ସେୟାର କରିଛନ୍ତି । ଫଟୋର ଶୀର୍ଷକରେ ଲେଖିଛନ୍ତି – “କେତେବେଳେ ମୋ ଝିଅ ମୋତେ ଜୋକର ଜରୁଛି ତ କେତେବେଳେ କୁମ୍ଭୀର । ତା ପାଇଁ ଆମେ ଯାହା କରୁଛୁ ସେଥିରେ ସେ ବହୁତ ଖୁସି ହେଉଛି। ”
ନିଜ ଝିଅର ଏହି ୪ର୍ଥ ଜନ୍ମଦିନକୁ ଖୁବ୍ ଆନନ୍ଦର ସହ କଟେଇଛନ୍ତି ଅକ୍ଷୟ । ଝିଅକୁ ପିଠରେ ବସାଇ ସୁଇମିଂ ପୁଲରେ କୁମ୍ଭୀର ହୋଇ ପହଁରିଛନ୍ତି । ଟ୍ୱିଟର ଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏ ଫଟୋ ଏବେ ଫ୍ୟାନମାନଙ୍କ ଦ୍ୱାରା ବହୁତ ଆଦୃତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/akshay-nitara-759.jpg)