ପୁନଃ ସଂକ୍ରମିତ ହୋଇପାରେ ଓମିକ୍ରନ୍ । ଠିକ୍ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

140

କନକ ବ୍ୟୁରୋ : ପୁନଃ ସଂକ୍ରମଣ ହୋଇପାରେ ଓମିକ୍ରନ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓମିକ୍ରନରୁ ସୁସ୍ଥ ହେବା ପରେ ଜଣେ ପୁଣି ଥରେ ସଂକ୍ରମିତ ହୋଇପାରେ । ଏଥିପାଇଁ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମହାରାଷ୍ଟ୍ର କୋଭିଡ୍-୧୯ ଟାସ୍କ ଫୋର୍ସର ସଦସ୍ୟ ଶଶାଙ୍କ ଯୋଶୀ କହିଛନ୍ତି, ଜଣେ ରୋଗୀ ଓମିକ୍ରନରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇପାରେ । ଯଦି ଠିକ୍ ଭାବେ ମାସ୍କ ନପିନ୍ଧା ଯାଏ କିମ୍ବା ମାସ୍କ ବ୍ୟବହାର ନକରନ୍ତି ତେବେ ଏପରି ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ସେହିପରି ଅନ୍ୟ ଜଣେ ସଦସ୍ୟ ଡକ୍ଟର ରାହୁଲ ପଣ୍ଡିତ କହିଛନ୍ତି, ଭାରତରେ ଏପର୍ଯ୍ୟନ୍ତ ଏପରି କିଛି ଦେଖାଯାଇନାହିଁ । କିନ୍ତୁ କରୋନା ନିୟମ ଠିକ୍ ଭାବେ ପାଳନ ନକଲେ ପୁଣି ଥରେ ଓମିକ୍ରନ୍ ସଂକ୍ରମିତ ହୋଇପାରେ ।
ଡେଲଟା ଭାଇରସଠୁ ଓମିକ୍ରନ୍ ଅଧିକ ସଂକ୍ରାମକ । ଓମିକ୍ରନ୍ ଦ୍ୱାରା ଲୋକେ ବହୁମାତ୍ରାରେ ଖୁବଶୀଘ୍ର ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କ ହେବାର ଆବଶ୍ୟକ ରହିଛି ।