ଏପ୍ରିଲ-ମେ ମାସ ସୁଦ୍ଧା ଓମିକ୍ରନ୍ ଶେଷ ! ବିଲ୍ ଗେଟସ୍ ଫାଉଣ୍ଡେସନର ସିିଇଓଙ୍କ ସୂଚନା

161

କନକ ବ୍ୟୁରୋ : ଦେଶରେ ଖସୁଛି କରୋନା ସଂକ୍ରମଣ । ଡିସେମ୍ବର ଶେଷ ସପ୍ତାହରୁ ଜାନୁଆରୀ ୩ୟ ସପ୍ତାହ ପର୍ଯ୍ୟନ୍ତ ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ ପ୍ରଭାବରେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହୁଥିବାବେଳେ ଏବେ ଏଥିରେ ହ୍ରାସ ଘଟିଛି । ଏହା ଭିତରେ ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନର ସିଇଓ ତଥା ବୋର୍ଡର ସଦସ୍ୟ ମାର୍କ ସୁଜମ୍ୟାନ୍ ଏକ ଆଶସ୍ତିକର ଖବର ଦେଇଛନ୍ତି । ଏପ୍ରିଲ-ମେ ମାସ ସୁଦ୍ଧା ଭାରତ ସମେତ ଅଧିକାଂଶ ଦେଶରୁ ଓମିକ୍ରନ ପ୍ରଭାବ ଶେଷ ହେବ ବୋଲି କହିଛନ୍ତି, ସୁଜମ୍ୟାନ ।

କରୋନା କେବେ ଶେଷ ହେବ, ଏନେଇ ଏକ ପ୍ରଶ୍ନର ଉତରରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଇନଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସ ବା ଆଇଏଚଏମଇର ମଡେଲ କହୁଛି କି ଏପ୍ରିଲ ପ୍ରାରମ୍ଭରେ ଓମିକ୍ରନର ପ୍ରଭାବ କମିବ । ସେ ଏକଥା ମଧ୍ୟ କହିଛନ୍ତି କି ଆମକୁ କରୋନାର ନୂଆ ନୂଆ ପ୍ରଜାତି ଉପରେ ନଜର ରଖିବାକୁ ପଡିବ । ସାକ୍ଷାତକାରରେ ଭାରତର ପ୍ରଂଶସା କରିଛନ୍ତି ମାର୍କ । ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ ଟିକାକରଣ ଅଭିଯାନ କ୍ଷେତ୍ରରେ ମାଇଲଖୁଂଟ ସ୍ଥାପନ କରିଛି ।