୨୦୧୯ରେ ପୁଣି କିମିଆ କରିବ ହକି ! ‘କଳିଙ୍ଗ’ରେ ହେବ ଅଲିମ୍ପିକ୍ସ କ୍ୱାଲିଫାୟର !

555

କନକ ବ୍ୟୁରୋ : ଦେଶ ବିଦେଶରେ ଓଡିଶାର ସଂସ୍କୃତି ଏବଂ ଐତିହ ବଖାଣିଲା ହକି । ଓଡିଶାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଭଳି ବଡ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏହା ସଫଳତାର ସହ ଶେଷ ହୋଇଛି । ତେବେ ହକିକୁ ନେଇ ଓଡିଶାବାସୀଙ୍କ ପାଇଁ ଆସିଛି ଆଉ ଏକ ଖୁସିର ଖବର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଅଲିମ୍ପିକ୍ସ କ୍ୱାଲିଫାୟର । ୨୦୧୯ ମଧ୍ୟ ଭାଗରେ ଏହି ପ୍ରତିଯୋଗିତା ହେବ ବୋଲି ଜଣାପଡିଛି । 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ କ୍ୱାଲିଫାୟର ଅନୁଷ୍ଠିତ ହେବ । ଓଡିଶା ପୁରୁଷ ହକି ବିଶ୍ୱକପ ୨୦୧୮, ଉଦଯାପନୀ ସମାରୋହରେ ଆଜି ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ୍ ମୁଖ୍ୟ ନରିନ୍ଦର ବାତ୍ରା ଘୋଷଣା କରିଛନ୍ତି । ଏହି ଖବର ଘୋଷଣା ହେବା ପରେ ଆଜି କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ହକିର ଆଉ ଏକ ବଡ ପ୍ରତିଯୋଗିତା ଆୟୋଜିତ ହେବା ଖବର ଓଡିଶାବାସୀଙ୍କ ମନରେ ଉତ୍କଣ୍ଠା ଭରି ଦେଇଛି ।