ଓଲିଉଡରେ ଫିଲ୍ମ ବିବାଦ! ଗୋଟିଏ କାହାଣୀରେ ନିର୍ମାଣ ହୋଇଛି ଦୁଇଟି ଫିଲ୍ମ

1,225

କନକ ବ୍ୟୁରୋ : ଓଲିଉଡରେ ଫିଲ୍ମ ବିବାଦ । ଏଥର ବିବାଦର ରୂପ ଟିକିଏ ଭିନ୍ନ ।ଗୋଟିଏ କାହାଣୀରେ ନିର୍ମାଣ ହୋଇଛି ଦୁଇଟି ସିନେମା । ତାହା ପୁଣି ମୁଳ ଗୁଜୁରାଟୀ ଫିଲ୍ମରୁ । ଏନେଇ ଗୋଟିଏ ଫିଲ୍ମ ପ୍ରଯୋଜନା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଛି ଆଉ ଗୋଟିଏ ସିନେମା ପ୍ରଯୋଜନା ସଂସ୍ଥା । ଆଜି ରିଲିଜ୍ ହୋଇଛି ସିଦ୍ଧାର୍ଥ ଟିଭି ନିବେଦିତ ‘ବାପା ତମେ ଭାରି ଦୁଷ୍ଟ’ ଓ ତରଙ୍ଗ ମ୍ୟୁଜିକର ‘ଚାଲ ଟିକେ ଦୁଷ୍ଟ ହେବା’ ।

ତେବେ ଉଭୟ ସିନେମାର ରହିଛି ଗୋଟିଏ ଷ୍ଟୋରି ଲାଇନ୍ । ଯାହାକୁ ନେଇ ଓଲିଉଡରେ ଦେଖିବାକୁ ମିଳିଛି ବିବାଦ । ଚଳଚ୍ଚିତ୍ର ‘ବାପା ତମେ ଭାରି ଦୁଷ୍ଟ’ର ମେକର୍ ଅଭିଯୋଗ ଆଣିଛନ୍ତି ତାଙ୍କ ସିନେମାର କନସେପ୍ଟକୁ ଚୋରି କରାଯାଇଛି । ଆଜି ସିନେମାର ପ୍ରିମିୟର୍ ଶୋ କଟକରେ ଅନୁଷ୍ଠିତ ହୋଇଥିବାବେଳେ, ଫିଲ୍ମର କନସେପ୍ଟ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି ‘ବାପା ତମେ ଭାରି ଦୁଷ୍ଟ’ର ମେକର୍ । ଏହି ଅଭିଯୋଗ ସଂପର୍କରେ ଜାଣିବା ପାଇଁ ଆମେ ତରଙ୍ଗ ପ୍ରଯୋଜନା ସଂସ୍ଥା ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବପର ହୋଇନଥିଲା ।