ଓଲିଉଡରେ ବଙ୍ଗାଳୀ ଅଭିନେତ୍ରୀଙ୍କୁ ନିର୍ଯାତନା ଘଟଣା : ‘ତୁ ମୋ ସୁନା ଚଢେଇ’ ସିନେ ନିର୍ଦ୍ଦେଶକ ବିରୋଧରେ ଆଇନର ଆଶ୍ରୟ ନେବେ ଅଭିନେତ୍ରୀ 

କହିଲେ, ଦିଲ୍ଲୀପ ପଣ୍ଡା ଦେଇଛନ୍ତି  ସୁଟିଂ ସେଟରେ ନିର୍ଯାତନା

219

କନକ ବ୍ୟୁରୋ : ଓଲିଉଡରେ  ଅଭିନେତ୍ରୀଙ୍କୁ  ନିର୍ଦ୍ଦେଶକଙ୍କ ନିର୍ଯାତନା ମାମଲା ଜଟିଳ ହେବାରେ ଲାଗିଛି ।  ଏ ନେଇ ଆଇନର ଆଶ୍ରୟ ନେବେ ତୁ ମୋ ସୁନାଚଢେଇର ଅଭିନେତ୍ରୀ ଏଲସା ଘୋଷ । କୋର୍ଟ ଯିବାକୁ ସେ ଓକିଲଙ୍କ ସହ ପରାମର୍ଶ ଚଳାଇଛନ୍ତି ।  ସେ ଦୋହରାଇଛନ୍ତିଷ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । ବୁଧବାରଦିନ ଏକ ହୋଟେଲରେ ଅଡିଓ ରିଲିଜ ବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା ।

ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା  ମାନସିକ ନିର୍ଯାତନା ଦେଉଥିବା ନେଇ  ନାୟିକା ଏଲଶା ଘୋଷ ଅଭିଯୋଗ ଆଣିଥିଲେ . ଏପରିକି ହୋଟେଲରେ ନାୟିକା ଓ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଥିଲେ ।  ଏପରିକି ଘଟଣା ହାତାହାତି  ଯାଏଁ ଯାଇଥିଲା ।  ହୋଟେଲରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଥିଲା । ପରେ ଦିଲ୍ଲୀପ ପଣ୍ଡା ଏଭଳି ନିର୍ଯାତନା  ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାପରେ  ସଂପୃକ୍ତ ଫିଲ୍ମର ଅଭିନେତ୍ରୀ ଏଲସା ଆଇନର ଆଶ୍ରୟ ନେବାକୁ ଘୋଷଣା କରିଛନ୍ତି ।