୧୨୯ ବର୍ଷ ବଞ୍ଚିଥିଲେ ଏହି ମହିଳା, କିନ୍ତୁ ଜୀବନରେ ମାତ୍ର ଗୋଟିଏ ଦିନ ପାଇଁ ହୋଇଥିଲେ ଖୁସି! ଜାଣନ୍ତୁ କଣ ହୋଇଥିଲା ସେହିଦିନ?

525

ବିଶ୍ୱର ସବୁଠୁ ଅଧିକ ବୟସ୍କ ମହିଳା ଯାହାଙ୍କର ୧୨୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତେବେ ମରିବା ପୂର୍ବରୁ ଏହି ମହିଳା ଜଣକ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କ କହିବା ଅନୁଯାୟୀ, ପୂରା ଜୀବନରେ ସେ ମାତ୍ର ଗୋଟିଏ ଦିନ ପାଇଁ ଖୁସି ହୋଇଛନ୍ତି । ଅଥାର୍ତ ୪୭୦୮୫ ଦିନ ମଧ୍ୟରୁ ମାତ୍ର ଗୋଟିଏ ଦିନ ଖୁସି ରହିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ହେଉଛନ୍ତି ଋଷ ଚେଚନ୍ୟା ସହରର କୋକୁ ଇସ୍ତାମବୋଲ୍ୱା । ମରିବା ପୂର୍ବରୁ ସେ କହିଛନ୍ତି, ପୂରା ଜୀବନରେ ସେ ମାତ୍ର ଗୋଟିଏ ଦିନ ଖୁସି ହୋଇଛନ୍ତି ଯେବେ ନିଜ ଟଙ୍କାରେ ନିର୍ମିତ ଘରକୁ ଆସିଥିଲେ । ଏପରିକି ୧୨୯ ବର୍ଷ କାହିଁକି ଜୀବିତ ରହିଲେ ତାହାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

କୋକୁଙ୍କ କହିବା ଅନୁଯାୟୀ, ଏତେ ଲମ୍ବା ଜୀବନ ବଞ୍ଚିବା ବେଶ କଷ୍ଟକର । ଖାସକରି ଯେତେବେଳେ ନିଜ ଆଖି ସାମ୍ନାରେ ବନ୍ଧୁ ପରିଜନ ମାନେ ମୃତ୍ୟୁବରଣ କରୁଥିବେ । ଏହି ମହିଳା ଜଣକ ଜୋସେଫ ଷ୍ଟାଲିନଙ୍କ ସମୟରେ କମ୍ୟୁନିଷ୍ଟ ପାର୍ଟିର ଶେଷ ମହିଳା ଜେନେରାଲ ସେକ୍ରେଟାରୀ ଥିଲେ । ଯାହା ତାଙ୍କ ପେନସନ କାଗଜପତ୍ରରୁ ଜଣାପଡିଥିଲା ।

କୋକୁ ଇସ୍ତାମବୋଲ୍ୱା ନିଜ ଜୀବନରେ ଅନେକ ରକ୍ତପାତ ଦେଖିଛନ୍ତି । ଏପରିକି ନିଜ ଦୁଇ ମୃତ୍ୟୁ ମଧ୍ୟ ଦେଖିଛନ୍ତି । ଏହାଛଡା ପଶୁ ମାନେ ମଣିଷ ଶରୀର ଖାଉଥିବାର ଦୃଶ୍ୟ ମଧ୍ୟ ସେ ଦେଖିଛନ୍ତି । ତେଣୁ ସେ ବଞ୍ଚିବା ଅପେକ୍ଷା ମୃତ୍ୟୁବରଣ କରିବାକୁ ଅଧିକ ଇଚ୍ଛୁକ ଥିଲେ । ଯୁଦ୍ଧରେ ସବୁକିଛି ହରାଇବା ପରେ ସେ ସେହି ଗୋଟିଏ ଦିନ ଖୁସି ହୋଇଥିଲେ ଯେବେ ନିଜର ଘର ନିର୍ମାଣ ପରେ ସେଠାରେ ଶାନ୍ତିରେ ରହିବାକୁ ଆସିଥିଲେ ।