କନକ ବ୍ୟୁରୋ : ଗଭୀର ବୋରୱେଲରେ ଖସି ପଡ଼ିଲେ ବୃଦ୍ଧ ମହିଳା । ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୃଦ୍ଧ ମହିଳା ଜଣଙ୍କ ୨ ୦ ଫୁଟ ତଳେ ଥିବା ସୂଚନା ମିଳିଛି । ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଗତକାଲି ବୃଦ୍ଧା ଜଣକ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡିଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା । ତେବେ ଆଜି ବୃଦ୍ଧା ଜଣକ ବୋରୱେଲ ଭିତରକୁ ଖସିପଡିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରବର୍ଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/vlcsnap-2023-11-14-10h41m34s363.jpg)