ପରିବେଶ ପ୍ରଦୂଷଣର ମୂଖ୍ୟ କାରଣ ପାଲଟିଛି ପୁରୁଣା ଯାନ ବାହନ ! ଅନ୍ୟ ଦେଶ ଗୁଡିକରେ ପୁରୁଣା ଗାଡି ଉପରେ ଲାଗିଛି ରୋକ, ଭାରତରେ କେବେ ହେବ ବ୍ୟାନ ?

38

ଯାନ ବାହନ ଦ୍ୱାରା ହେଉଥିବା ପ୍ରଦୂଷଣ ପରିବେଶ ପାଇଁ ଏକ ଚିନ୍ତାର ବିଷୟ ପାଲଟିଗଲାଣି । ଏନେଇ ନୂଆ ଦିଲ୍ଲୀର ଏକ ଥିଙ୍କ ଟେକ ‘ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ’ (ସିଏସଇ) ଦ୍ୱାରା ସୋମବାର ଦିନ ହୋଇଥିବା ଏକ ଅଧ୍ୟୟନରୁ ପରିବେଶ ପ୍ରଦୂଷଣକୁ ନେଇ ଏକ ମୂଲ୍ୟବାନ ତଥ୍ୟ ସାମ୍ନାକୁ ଆସିଛି ।

ହୋଇଥିବା ଅଧ୍ୟୟନରୁ ଜଣାପଡିଛି ପ୍ରତି ବର୍ଷ ପ୍ରାୟ ୪ କୋଟିରୁ ଅଧିକ ଗାଡି ସଂଖ୍ୟା ସଡକରେ ବଢିବାରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ବାହାର ଦେଶରୁ ପୁରୁଣା ଗାଡି କିଣା ଯାଉଛି । ଯାହା ଫଳରେ ପ୍ରଦୂଷଣ ଅଧିକ ବଢିବାରେ ଲାଗିଛି । ନୁଆ ପୁରୁଣା ଗାଡି ଯେପରିକି କାର ଗୁଡିକୁ ଜାପାନ, ଜର୍ମାନ, ଆମେରିକା, ଏବଂ ଦକ୍ଷିଣ କୋରିଆରୁ କିଣା ଯାଉଛି । ଠିକ ସେହି ଭଳି ଭାରତ ଏବଂ ଚୀନରେ ସେକେଣ୍ଡ ହ୍ୟାଣ୍ଡ ଦୁଇ ଚକିଆ ଯାନର ସବୁଠାରୁ ବଡ ସୋରୁମ ରହିଛି ।

ସିଏସଇର କାର୍ଯ୍ୟକାରୀ ନିର୍ଦେଶକ ଅନୁମିତା ରାୟ ଚୌଧୁରୀଙ୍କ କହିବା ଅନୁସାରେ, କମ ଅର୍ଥ ବ୍ୟବସ୍ଥା ଥିବା ଦେଶ ଗୁଡିକରେ ସେକେଣ୍ଡ ହ୍ୟାଣ୍ଡ ଗାଡି ବିକ୍ରିର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଏହି ପ୍ରକ୍ରିଆ ଉପରେ କୌଣସି ପ୍ରତିବନ୍ଧକ ଲଗାନଯାଏ ତେବେ ପରିବେଶ ପ୍ରଦୂଷଣକୁ କେବେବି ରୋକାଯାଇ ପାରିବ ନାହିଁ ।

କେଉଁ କେଉଁ ଦେଶରେ ଏହା ଉପରେ କିଭଳି ପଦକ୍ଷପ ନିଆଯାଇଛି ।

ମିଶ୍ର, ଆଫ୍ରିକା, ଦକ୍ଷିଣ ଆଫ୍ରିକା ଏବଂ ସୁଡେନ, ନେପାଳ, ଭୁଟାନ ଭଳି ଦେଶ ମାନଙ୍କରେ ସେକେଣ୍ଡ ହ୍ୟାଣ୍ଡ ଯାନ ବାହନ ବ୍ୟବସାୟ ଉପରେ ସମ୍ପୁର୍ଣ୍ଣ ଭାବେ ରୋକ ଲଗାଯାଇଛି । କିନ୍ତୁ ଏହି ବ୍ୟବସାୟର ପ୍ରଭୁତ୍ୱ ଭାରତ ଏବଂ ଜାପାନରେ ବେଶ ଦେଖିବାକୁ ମିଳିଛି । ବାହନ ଉତ୍ପାଦନ ଦେଶ ଭାରତରେ ୨୦୧୫ ମସିହା ସୁଦ୍ଧା ୨୦ ମିଲିୟନ ବାହନ ସଂଖ୍ୟା ବଢିଥିବା ଜଣା ପଡିଥିଲା । କିନ୍ତୁ ଭାରତ ଯାନ ବାହନ ଉତ୍ପାଦନକାରୀ ଦେଶ ହୋଇ ମଧ୍ୟ ପୁରୁଣା ଗାଡି ବ୍ୟବସାୟ ଉପରେ କୌଣସି ରୋକ ଲଗାଯାଇ ନାହିଁ । ଯାହା ପରିବେଶ ପ୍ରଦୂଷଣ ପାଇଁ ଏକ ମୂଖ୍ୟ କାରଣ ପାଲଟିଛି ।