ରାତାରାତି ଭିକାରୀ ପାଲଟିଗଲେ ଧନୀ ! ପାଇଥିବା ଏକ ଗଦି ବଦଳେଇଦେଲା ତାଙ୍କ ଜୀବନ

101

ସେ ଯେକୌଣସି ଲୋକର ଜୀବନରେ ଭାଗ୍ୟର ଏକ ବଡ ଭୂମିକା ଥାଏ । ଏହାର ଅନେଲ ନଜିର ଦେଖିବାକୁ ମିଳେ । ମଣିଷ ଯେତେ ବୁଦ୍ଧିମାନ ବା ପଇସା ବାଲା ହୋଇଥାଉନା କାହିଁକି ଯେତେଦିନ ଯାଏ ତାର ଭାଗ୍ୟ ଉଦୟ ନହୋଇଛି । ସେ କିଛି ବି ହାସଲ କରିପାରିବ ନାହିଁ ଏବଂ କୁହାଯାଏ ସମୟ ନଆସିଲେ ଓ ଭାଗ୍ୟ ବିନା କିଛି କାହାକୁ ମିଳେନାହିଁ । ଯଦି ଭାଗ୍ୟ ସାଥିରେ ଥାନ୍ତା ବିରବଲ୍ ରାଜା ହୋଇ ଐଶ୍ୱର୍ଯ୍ୟରେ ଜୀବନ ବିତେଇଥାନ୍ତେ । ଏଣୁ ଭାଗ୍ୟ ଦ୍ୱାରା ମଣିଷର ରାସ୍ତା ବଦଳିଯାଏ । ଏମିତି ଏକ ଖବର ପ୍ରକାଶ ପାଇଛି ନ୍ୟୁଜ୍ ଟ୍ରାକରେ । ଯାହାକୁ ପଢିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଓଠରେ ହସ ବି ଆସିବ ।

ପ୍ରକାଶିତ ସୂଚନା ଅନୁସାରେ , ଉତ୍ତରାଖଣ୍ଡର ହରିଦ୍ୱାରାସ୍ଥିତ ରାଣୀପୁର କୋତବାଲି ସ୍ଥାନର ଅଟେ । ଯେଉଁଠି ରାତାରାତି ଜଣେ ଭିକାରୀର ଭାଗ୍ୟ ଉଦୟ ହୋଇଛି । ଏବଂ ଆଉ ଅନ୍ୟପଟେ ଜଣେ ବ୍ୟକ୍ତିର ଜୀବନ ଅସୁବିଧାରେ ପଡିଯାଇଛି । ରିପୋର୍ଟ ମୁତାବକ , ଏଠାରେ ରହୁଥିବା ଜଣେ ପିତା ଓ ପୁଅ ଜଣେ ଭିକାରୀକୁ ଖୋଜିବାରେ ଲାଗିଛନ୍ତି । ପ୍ରକୃତରେ ନିଜର ପିତାଙ୍କୁ କିଛି ନପଚାରି ଏହି ପୁଅ ଜଣକ ଘରର ଏକ ଚିରା ଫଟା ଗଦିକୁ ମନ୍ଦିର ବାହାରେ ବସିଥିବା ଜଣେ ଭିକାରୀକୁ ଦେଇଥିଲେ । ପିତା ଯେତେବେଳେ ଏକଥା ଜାଣିଲେ ପୁଅକୁ ବହୁତ ଗାଳି କଲେ ।

କଥା ଏୟା ଯେ ସେହି ପିତା ଜଣକ ନିଜର ସବୁ ସେଭିଂ ଏହି ଗଦି ଭିତରେ ଲୁଚାଇ ରଖିଥିଲେ । ଆଉ ଏଥିରେ ସେ ରଖିଥିଲେ ୪୦ ଲକ୍ଷ ଟଙ୍କା । ଯାହାକୁ ପୁଅ ଜଣେ ଭିକାରୀକୁ ଦାନ କରିଦେଇଥିଲେ । ଏହି ଘଟଣାର ତୃତୀୟ ଦିନ ବାପା-ପୁଅ ମନ୍ଦିର ବାହାରେ ବସିଥିବା ସେହି ଭିିକାରୀକୁ ଖୋଜି ପାଇଥିଲେ ।

କିନ୍ତୁ ଏଠି ଭାଗ୍ୟ ଖେଳିଛି ଆଉ ଏକ ଖେଳ । ସେହି ଭିକାରୀ ଜଣକ ସେହି ଗଦିକୁ ଆଉ ଜଣେ ଭିକାରୀକୁ ବିକ୍ରିି କରିଦେଇଥିଲା । ଯେତେବେଳେ ଏହି ଖବର ବିଷୟରେ କନଖଲ ଥାନାରେ ପତ୍ତା କରାଗଲା ତ ସେଠାର ଇନ୍ସପେକ୍ଟର କହିଥିଲେ କି ତାଙ୍କୁ ଏହି ମାମଲା ବିଷୟରେ କୌଣସି ସୂଚନା ନାହିଁ । ଏବେ ବାପା-ପୁଅ ନିଜର ଏକ ପରିମାଣର ଅର୍ଥ ହରାଇ ଚିନ୍ତାରେ । ଏହା ଏକ ମଜାଦାର ଘଟଣା ହୋଇପାରେ କାହାପାଇଁ । କିନ୍ତୁ ବାସ୍ତବିକ୍ ଏହା ପ୍ରମାଣିତ ଯେ , ଭାଗ୍ୟରେ ଥିଲେ ମିଳେ କଥାଟି ନିଶ୍ଚୟ ସତ । ଆଉ ଯାହା ଏଠି ଘଟିଛି । ଭିକାରୀଟି ପାଲଟିଯାଇଛି ଧନୀ ।